କନକବ୍ୟୁରୋ : ସୁନ୍ଦରଗଡ଼ ଚୋରା କୋଇଲା ଚୋରି ଘଟଣାରେ ଆକ୍ସନମୁଡରେ ପ୍ରଶାସନ। ଜଙ୍ଗଲ ଭିତରେ ଚୋରା କୋଇଲାରେ ଚାଲିଥିବା ଇଟା ଭାଟିକୁ ଭାଙ୍ଗି ଚୁରମାର କଲେ ଉପଜିଲ୍ଲାପାଳ । ଭୋଗ୍ରାକଚ୍ଛା ଜଙ୍ଗଲରେ ଜିଲ୍ଲା ପ୍ରଶାସନର ଟିମ ବଡ ଇଟା ଭାଟି ମିଳିଥିବା ସୂଚନା ରହିଛି । ଶହଶହ ଟନ ଚୋରା କୋଇଲାକୁ ଏହି ଇଟା ଭାଟିରେ ଲଗାଯାଇଥିଲା ।
ବିନା ଅନୁମତିରେ ରିର୍ଜଭ ଫରେଷ୍ଟ ଭିତରେ ଚାଲିଥିଲା ଲକ୍ଷଲକ୍ଷ ଟଙ୍କାର ଇଟାଭାଟି । ଆଉ ନୋଟିସ କି ସମନ ନାହିଁ ଫଏସଲା ଅନ ଦ ସ୍ପଟ କଲେ ଉପଜିଲ୍ଲାପାଳ ଦାଶରଥୀ ସରାବୁ । ନିଜେ ଇଟା ଭାଟିକୁ ଭାଙ୍ଗିବା ଆରମ୍ଭ କରିଥିବା ବେଳେ ଶେଷରେ ଜେସିବି ଆଣି ସଂପୂର୍ଣ୍ଣ ଇଟାଭଟାକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି ।
ଅନ୍ୟପଟେ ଆଜି ଏମସିଏଲର ବସୁନ୍ଧରା କାର୍ଯ୍ୟାଳୟରେ ପହଚିଂଛନ୍ତି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ । ରାଜ୍ୟ ଖଣି ବିଭାଗର ଏହି ସ୍ୱତନ୍ତ ଟିମ ଏମସିଏଲ କାର୍ଯ୍ୟାଳୟରେ ପହଚିଂ ଏମସିଏଲକୁ ଆବଣ୍ଟିତ ହୋଇଥିବା ଜମିରେ କିଭଳି ଚୋରା କାରବାର ଚାଲିଥିଲା ତାହା ଉପରେ ପ୍ରଶ୍ନ କରିବା ସହ ଏମସିଏଲ ଅଫିସରେ ବିଭିନ୍ନ ଦସ୍ତାବିଜର ଯାଞ୍ଚ କରୁଛନ୍ତି ।