ପ୍ରଶାସନ ବନାମ ଶଙ୍କରାଚାର୍ଯ୍ୟ : ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କୁ ନେଇ ତେଜିଲା ବିବାଦ

Advertisment

ଶଙ୍କରାଚାର୍ଯ୍ୟ ଏହି କଥାରେ ଅଟଳ ରହିଛନ୍ତି ଯେ ପ୍ରଶାସନ ତାଙ୍କୁ କ୍ଷମା ମାଗୁ । ତାଙ୍କୁ ଯେଉଁ ପର୍ଯ୍ୟନ୍ତ ପ୍ରଶାସନ କ୍ଷମା ନମାଗିଛି ସେ ପର୍ଯ୍ୟନ୍ତ ସେ ଆଶ୍ରମକୁ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି ।

ଶଙ୍କରାଚାର୍ଯ୍ୟ ଏହି କଥାରେ ଅଟଳ ରହିଛନ୍ତି ଯେ ପ୍ରଶାସନ ତାଙ୍କୁ କ୍ଷମା ମାଗୁ । ତାଙ୍କୁ ଯେଉଁ ପର୍ଯ୍ୟନ୍ତ ପ୍ରଶାସନ କ୍ଷମା ନମାଗିଛି ସେ ପର୍ଯ୍ୟନ୍ତ ସେ ଆଶ୍ରମକୁ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି ।

Sankaracharya

Sankaracharya Photograph: (KanakNews)

କନକ ବ୍ୟୁରୋ : ପ୍ରୟାଗରାଜର ପବିତ୍ର ଭୂମିରେ ବଡ଼ ଜୋରସୋରରେ ଚାଲିଛି ମାଘମେଳା । ଆସ୍ଥା ଏବଂ ଉପାସନାର ଏହି ପବିତ୍ର ନଗରୀ ୧୮ ଜାନୁଆରିରେ ପାଳନ କରିଥିଲା ମୌନୀ ଅମାବାସ୍ୟା । ଇତ୍ୟ ଅବସରରେ ସାଧୁସନ୍ଥ ,ଋଷିମୁନି ସଙ୍ଗମରେ ବୁଡ଼ ପକାଇବାର ସୌଭାଗ୍ୟ ମଧ୍ୟ ଅର୍ଜନ କଲେ କିନ୍ତୁ ଜ୍ୟୋତିଷ ପୀଠ ବଦ୍ରିନାଥର ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦ ସରସ୍ବତୀ ଏବଂ ପ୍ରଶାସନ ମଧ୍ୟରେ ବଚସା ଆରମ୍ଭ ହୋଇଗଲା । ଏମିତିକି ସ୍ବାମୀଜୀଙ୍କୁ ସ୍ନାନ କରିବାକୁ ଅଟକା ଯିବା ସହ ତାଙ୍କ ସମର୍ଥକଙ୍କୁ ମାଡ଼ ମଧ୍ୟ ମରାଯାଇଥିଲା । ପାଲିଙ୍କିରେ ବସିଥିବା ସ୍ବାମୀ ଜୀଙ୍କୁ ପ୍ରଥମେ ପ୍ରଶାସନ ଅଟକାଇଥିଲା ଆଉ ତା’ପରେ ସମର୍ଥକ ଏବଂ ପୁଲିସ୍ ମଧ୍ୟରେ ମୁଥ ମରାମରି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଅପମାନର ଜବାବ ଦେବା ପାଇଁ ଅଭିମୁକ୍ତେଶ୍ବରନନ୍ଦ ଧାରଣା ଦେଇଥିଲେ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଶଙ୍କରାଚାର୍ଯ୍ୟ ଏହି କଥାରେ ଅଟଳ ରହିଛନ୍ତି ଯେ ପ୍ରଶାସନ ତାଙ୍କୁ କ୍ଷମା ମାଗୁ । ତାଙ୍କୁ ଯେଉଁ ପର୍ଯ୍ୟନ୍ତ ପ୍ରଶାସନ କ୍ଷମା ନମାଗିଛି ସେ ପର୍ଯ୍ୟନ୍ତ ସେ ଆଶ୍ରମକୁ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି । ତେବେ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସୋମବାର ପ୍ରଶାସନ ଶଙ୍କରାଚାର୍ଯ୍ୟଙ୍କୁ ଏକ ନୋଟିସ୍ ଜାରି କରିଥିଲା । ଯେଉଁଥିରେ ଲେଖା ଥିଲା ଯେ ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦ ପ୍ରମାଣ ଦିଅନ୍ତୁ ଯେ ସେ ହିଁ ଶଙ୍କରାଚାର୍ଯ୍ୟ । 

ଆଗକୁ ପଢ଼ନ୍ତୁ : ମା’ ପାର୍ବତୀଙ୍କ ଏକମାତ୍ର ବିଧବା ରୂପ : କାଳରାତ୍ରୀଙ୍କଠାରୁ ଅଧିକ ଭୟଙ୍କର

ଆଶ୍ରମକୁ ପଠାଯାଇଥିବା ନୋଟିସରେ ମାଘ ମେଳା କର୍ତ୍ତୃପକ୍ଷ ସ୍ବାମୀଜୀଙ୍କ ନାମ ପୂର୍ବରୁ "ଶଙ୍କରାଚାର୍ଯ୍ୟ" ଉପାଧି କାହିଁକି ବ୍ୟବହାର କରିଥିଲେ ବୋଲି ପ୍ରଶ୍ନ ପଚାରିଛନ୍ତି । ନୋଟିସରେ ସୁପ୍ରିମକୋର୍ଟରେ ବିଚାରଧୀନ ଏକ ମାମଲା ବିଷୟରେ ମଧ୍ୟ କୁହାଯାଇଛି । ଯାହାର ରାୟ ପ୍ରକାଶିତ ହୋଇନାହିଁ ତେଣୁ କୌଣସି ଧାର୍ମିକ ନେତାଙ୍କୁ ଜ୍ୟୋତିର୍ପୀଠର ଶଙ୍କରାଚାର୍ଯ୍ୟ ଭାବରେ ଅଭିଷିକ୍ତ କରାଯାଇପାରିବ ନାହିଁ । ଏହା ସତ୍ତ୍ୱେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମାଘମେଳାରେ ଛିଡ଼ା ହୋଇଥିବା ତାଙ୍କ ଶିବିରରେ କେମିତି "ଶଙ୍କରାଚାର୍ଯ୍ୟ" ବୋର୍ଡ ଲଗାଇଛନ୍ତି ତାହାକୁ ନେଇ ନୋଟିସରେ ପ୍ରଶ୍ନ କରାଯାଇଛି । 

ତେବେ ସ୍ବାମୀ ଅଭିମୁକ୍ତେଶ୍ବରନନ୍ଦଙ୍କୁ ତାଙ୍କ ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ମୃତ୍ୟୁ ପରେ ନିଯୁକ୍ତ କରାଯାଇଥିଲା । ସେବେଠାରୁ ତାଙ୍କୁ ନେଇ ବିବାଦ ଲାଗିରହିଛି । ପ୍ରଥମେ ସନ୍ନ୍ୟାସୀ ଆଖଡ଼ା ନିୟମ ବିରୁଦ୍ଧରେ ଶଙ୍କରାଚାର୍ଯ୍ୟ ହୋଇଥିବାରୁ ତାଙ୍କୁ ସ୍ବାମୀଜୀ ମାନିବାକୁ ମନା କରିଥିଲା । ପରେ ସୁପ୍ରିମକୋର୍ଟ ୨୦୨୨ରେ ତାଙ୍କ ଅଭିଷେକ ଉତ୍ସବକୁ ସ୍ଥଗିତ ରଖିଥିଲା । ସ୍ୱର୍ଗତ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଜ୍ୟୋତିର୍ପୀଠର ଉତ୍ତରାଧିକାରୀ ଭାବରେ ଅଭିମୁକ୍ତେଶ୍ବରନନ୍ଦଙ୍କୁ ନିଯୁକ୍ତ କରାଯାଇଥିବା ଘଟଣା ମିଥ୍ୟା ବୋଲି ଦାବି କରାଯାଇଥିଲା । ତେବେ ଏହି ଘଟଣା ୨୦୨୦ ମସିହାରୁ ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ବର୍ତ୍ତମାନ ମାଘମେଳା ପ୍ରଶାସନର ନୋଟିସକୁ ନେଇ ଜବାବ ରଖିଛନ୍ତି ଶଙ୍କରାଚାର୍ଯ୍ୟ । ସେ ସୋସିଆଲ ମିଡିଆରେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅର୍ଥହୀନ କାରଣ ଅଭିଶେକ ଉତ୍ସବ ୨୦୨୨ ରେ ହିଁ ହୋଇଥିଲା । ପୁନର୍ବାର କାହିଁକି ହେବ ? ତେବେ ଶଙ୍କରାଚାର୍ଯ୍ୟ ଏବଂ ପ୍ରଶାସନ ଭିତରେ ଚାଲିଥିବା ଏହି ଶୀତଳଯୁଦ୍ଧରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ଦେଖିବାକୁ ବାକି ରହିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe