କନକବ୍ୟୁରୋ : ପରଦାକୁ ଫେରିବ ବଲିଉଡର ରୋମାଣ୍ଟିକ୍ ଯୋଡି । କରୀନା କପୁର ଏବଂ ଶାହିଦ୍ କପୁରଙ୍କ ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ । ୨୦୦୭ରେ ରିଲିଜ୍ ହୋଇଥିବା ଫିଲ୍ମ ଜବ ଓ୍ୱି ମେଟ୍ ର ସ୍ୱିକଲେ ଆସିବାକୁ ଯାଉଛି ।  ସସପେନ୍ସ ଲଭଷ୍ଟୋରୀର ହେବ ହ୍ୟାପି ଏଣ୍ଡିଂ । ପୁଣି ଥରେ ଆଦିତ୍ୟ ଓ ଗୀତର ଲଭଷ୍ଟୋରୀରେ ଆସିବ ନୂଆ ଟୁଇଷ୍ଟ । ବଲିଉଡର ସବୁଠାରୁ ଲୋକପ୍ରିୟ ଭିନ୍ନ ଏକ ପ୍ରେମ କାହାଣୀ ଉପରେ ଆଧାରିତ ଫିଲ୍ମ ଜବ ଓ୍ୱି ମେଟ୍ ର ସ୍ୱିକେଲ ଆସିବାକୁ ଯାଉଛି ।  

Advertisment

ପୁଣି ଥରେ ନିଜ ପୂର୍ବତନ ପ୍ରେମିକା କରୀନାଙ୍କ ସହ ନଜର ଆସିବେ ଶାହିଦ କପୁର । ପରଦାରେ ଲଭ ରୋମାନ୍ସ ତଡକା ଲଗାଇବେ ଶାହିଦ ଓ କରୀନା । ୨୦୦୭ରେ ଆସିଥିଲା ଫିଲ୍ମ ଜବ ଓ୍ୱି ମେଟ୍  ।  ପ୍ରଖ୍ୟାତ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ ନିର୍ମାଣ ହୋଇଥିଲା ।  ଫିଲ୍ମକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।  ଫିଲ୍ମର କାହାଣୀ ସହ ଗୀତ ସିନେ ପ୍ରେମୀଙ୍କ ହୃଦୟକୁ ଛୁଇଁଥିଲା । ତେବେ ପୁଣି ଥରେ ଏହି ଫିଲ୍ମର ସ୍ୱିକେଲ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଫିଲ୍ମର ସ୍ୱିକେଲ ଆସିବାକୁ ଯାଉଥିବା ଅନେକ ସମୟରେ ଶୁଣିବାକୁ ମିଳୁଥିଲା । କିନ୍ତୁ କରୀନା କପୁର ଓ ଶାହିଦ କପୁରଙ୍କ ମଧ୍ୟରେ ଦୂରତା ବଢିବାରୁ ଫିଲ୍ମର ସ୍ୱିକେଲ ଅଟକି ରହିଥିଲା ।  ନିକଟରେ ଆଇଫା ୨୦୨୫ରେ ହୋଇଥିବା ଏକ ସାମ୍ୱାଦିକ ସମ୍ମିଳନୀରେ ଦୁଇଜଣ ଏକାଠି ନଜର ଆସିଥିଲେ ।  ଆଉ ଯାହାକୁ ନେଇ ପୁଣି ଥରେ ବଲିଉଡର ଲୋକପ୍ରିୟ ଲଭ ଷ୍ଟୋରୀ ଉପରେ ଆଧାରିତ ଫିଲ୍ମ ଜବ ଓ୍ୱି ମେଟର ସ୍ୱିକେଲକୁ ନେଇ ଚର୍ଚ୍ଚା ହୋଇଛି ।

ବିଗତ ଦଶ ବର୍ଷ ପରେ କରୀନା କପୁର ଖାନ୍ ଓ ଶାହିଦ କପୁର ସର୍ବସାଧାରଣରେ କଥା ହେବା ସହ ଉଭୟ ପରଷ୍ପରଙ୍କୁ ଆଲିଙ୍ଗନ କରିଥିଲେ ।  ଯାହାପରେ ଫିଲ୍ମ ଜବ ଓ୍ୱି ମେଟର ସ୍ୱିକେଲକୁ ନେଇ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି ।  ଶେଷଥର ପାଇଁ ଶାହିଦ କପୁର ଏବଂ କରୀନା କପୁର ଖାନ୍‌ଙ୍କୁ ଫିଲ୍ମ ଉଡତା ପଂଜାବରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମଟି ୨୦୧୬ରେ ରିଲିଜ୍ ହୋଇଥିଲା । ଫିଲ୍ମକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।