କନକ ବ୍ୟୁରୋ: ୨୦୨୪ରେ ସଞ୍ଜୟଲୀଳା ଭଂସାଲୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିଲା ୱେବ୍ସିରିଜ୍ 'ହୀରାମଣ୍ଡି' । ଏହି ୱେବ୍ସିରିଜ୍ରେ ଏକାଧିକ ବଲିଉଡ୍ ଅଭିନେତ୍ରୀ ନିଜ ଜଲୱା ଦେଖାଇଥିଲେ । ନେଟ୍ଫ୍ଲିକ୍ସରେ ଷ୍ଟ୍ରିମ୍ ହୋଇଥିବା ଏହି ୱେବ୍ସିରିଜ୍କୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ପ୍ରତ୍ୟେକ ଭୂମିକା ଦର୍ଶକଙ୍କ ଉପରେ ପ୍ରଭାବ ପକାଇଥିଲା । ଏହାପରେ ବି 'ହୀରାମଣ୍ଡି' ଅଭିନେତ୍ରୀଙ୍କୁ ଏବେ ଇଣ୍ଡଷ୍ଟ୍ରିରେ କାମ ମିଳିବା ମୁସ୍କିଲ ହୋଇପଡ଼ିଛି । ଏହାକୁ ନେଇ ଖୋଦ ଜଣେ ଅଭିନେତ୍ରୀ ଏକ ସାକ୍ଷାତକାର ବେଳେ ଖୁଲାସା କରିଛନ୍ତି ।
ସଞ୍ଜୟଲୀଲା ଭଂସାଲୀଙ୍କ ୱେବ୍ସିରିଜ୍ରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ ଅଦିତିରାଓ ହାଇଦରୀ । ନିଜ ଅଭିନୟ ବଳରେ ସେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ । ସଫଳତା ସତ୍ତ୍ୱେ ତାଙ୍କ ହାତରେ ଏବେ କୌଣସି ପ୍ରୋଜେକ୍ଟ ନାହିଁ । ଏ କଥା ଖୋଦ ଅଦିତି ଏକ ସାକ୍ଷାତାକାରରେ ଖୁଲାସା କରିଛନ୍ତି । ଏହି ସାକ୍ଷାତକାରରେ ମନୋରଞ୍ଜନ ଦୁନିଆରେ ଅଭିନେତ୍ରୀମାନଙ୍କୁ କେଉଁ ସବୁ ଚ୍ୟାଲେଞ୍ଜର ସାମ୍ନାକୁ କରିବାକୁ ପଡ଼େ ତାହାରି ଉପରେ ଆଲୋଚନା କରିଥିଲେ ।
ଅଦିତି କହିଛନ୍ତି, “'ହୀରାମଣ୍ଡି'ରେ ଅଭିନୟ ପାଇଁ ମୋତ ଖୁବ୍ ଭଲପାଇବା ଓ ପ୍ରଶଂସା ମିଳିଥିଲା । କିନ୍ତୁ ଏହି ସଫଳତା ପରେ ବି ମୋତେ କାମ ମିଳିବା ମୁସ୍କିଲ ହୋଇଯାଇଛି । ହାତରେ ଏବେ କୌଣସି ପ୍ରୋଜେକ୍ଟ ନାହିଁ । 'ହୀରାମଣ୍ଡି'ରୁ ବହୁତ କିଛି ପାଇଲି, କିନ୍ତୁ ଏଯାଏଁ ନୂଆ କାମ ପାଇଲି ନାହିଁ । ମୁଁ କାମ ଅପେକ୍ଷାରେ ଅଛି ।”
ସଞ୍ଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ 'ହୀରାମଣ୍ଡି' ଦି ଡାଇମଣ୍ଡ ବଜାରରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ଅଦିତି ରାଓ ହାଇଦରୀ, ରିଚା ଚଡ୍ଢା, ସଞ୍ଜୀଦା ଶେଖ, ଶର୍ମିନ୍ ସେହଗଲ ପ୍ରମୁଖ ଅଭିନୟ କରିଥିଲେ । ଏହି ୱେବ୍ ସୋ‘ ନେଟଫ୍ଲିକ୍ସରେ ମେ ୧, ୨୦୨୪ରେ ପ୍ରିମିୟର୍ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/17/90SjvAzXbiQDh8zjCk4P.jpg)