କନକବ୍ୟୁରୋ : ନୂଆପଡ଼ା ଜିଲ୍ଲା କୋମନାରେ ହୋଇଥିବା ଅଦିନିଆ ରଥଯାତ୍ରାକୁ ବିରୋଧ  ।  ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟିଲା ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ  ।  ଏକ ୧୦ ଜଣିଆ ଟିମ୍ ଆଇନ ମନ୍ତ୍ରୀଙ୍କୁ ଭେଟି ଏନେଇ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି , ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦର ଟିମ୍ କୋମନାସ୍ଥିତ ସେହି ଗାଁକୁ ଯିବେ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କୁ ଭେଟିବେ  ।  ଦୁଇଦିନ ତଳେ ନୂଆପଡ଼ା ଜିଲ୍ଲା କୋମନାର ଏକ ଗାଁରେ ରଥଯାତ୍ରା ହୋଇଥିଲା । ଯେତେବେଳେ ଆମେରିକାର ହ୍ୟୁଷ୍ଟନ ସହରରେ ଇସ୍କନ ପକ୍ଷରୁ ରଥଯାତ୍ରା ବେଳେ ବିରୋଧ କରାଯାଉଛି, ସେତେବେଳେ ଓଡ଼ିଶାରେ କିଭଳି ଅଦିନିଆ ରଥଯାତ୍ରା ହେଉଛି, ତାକୁ ନେଇ ପ୍ରଶ୍ନ ଉଠିଛି ।