କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ୨୬୦ଟି ଗାଁରେ ଆରମ୍ଭ ହେବ ଆଦି କର୍ମଯୋଗୀ ଅଭିଯାନ । ଆଦିବାସୀ ମାନଙ୍କ ସର୍ବବିଧ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସେବା ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏଥିପାଇଁ ଏକ ଦିଶା ନିର୍ଦ୍ଦେଶ ବୈଠକ ଅନୁଷ୍ଠିତ ହେଇଥିଲା । ସଭାକୁ ସମ୍ବୋଧନ କରି ଜିଲ୍ଲାପାଳ ସମସ୍ତ ସରକାରୀ ଅଧିକାରୀଙ୍କୁ ଆଦିବାସୀଙ୍କ ଆସ୍ଥା ଭାଜନ ହେବାକୁ କହିଥିଲେ।
ଆଦି କର୍ମଯୋଗୀ ଅଭିଯାନ
- ଆଦି କର୍ମଯୋଗୀ ଅଭିଯାନ ହେଉଛି ଏକ ବିକେନ୍ଦ୍ରୀକୃତ ଆଦିବାସୀ ନେତୃତ୍ୱ
- ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହା ପରିଚାଳିତ
- ଦେଶର ୫୫୦ ଆଦିବାସୀ ବହୁଳ ଜିଲ୍ଲାର ଆଦିବାସୀଙ୍କୁ କରାଯିବ ସଶକ୍ତ
- ୧ ଲକ୍ଷ ଗାଁରେ ସ୍ଥାପନ ହେବ ଆଦି ସେବା କେନ୍ଦ୍ର
- ଏଥିରେ ଆଦିବାସୀ ସମ୍ପ୍ରଦାୟର ସ୍ୱରକୁ ଗୁରୁତ୍ବ ଦିଆଯିବ
- ଦେଶର ୨୦ ଲକ୍ଷ ଆଦିବାସୀ ନେତାଙ୍କୁ ତାଲିମ ଏବଂ ସଂଗଠିତ କରାଯିବ
- ଆଦି କର୍ମଯୋଗୀ ପୋର୍ଟାଲ୍ ଏହି ମିସନର ହେବ ଡିଜିଟାଲ ମେରୁଦଣ୍ଡ
- ନୂଆପଡ଼ାର ୯୧ଟି ପଞ୍ଚାୟତର ୬୫୧୯୧ଟି ଆଦିବାସୀଙ୍କ ଘରେ ପହଞ୍ଚିବ ଅଭିଯାନର ଲାଭ