କନକ ବ୍ୟୁରୋ: ଜେଲ ଭିତରେ ଅନ୍ତେବାସୀଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ଘଟଣା ନେଇ ଆକ୍ସନ ମୋଡରେ ଏଡିଜି। ଜେଲ୍ ଭିତରେ କଣ ଚାଲିଛି ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଡିଜି ଅମିତାଭ ଠାକୁର। ଗ୍ୟାଙ୍ଗଷ୍ଟରର ପୁଅ ମୁନା ଓ ତାର ସହଯୋଗୀ ଜଣେ ଅନ୍ତେବାସୀଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ। ଅନ୍ତେବାସୀଙ୍କୁ କ୍ୟାପିଟାଲରେ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ମାଡ଼ ମାରି ସମ୍ପୃକ୍ତ ଅନ୍ତେବାସୀଙ୍କ ମୁଣ୍ଡ ଫଟାଇ ଦେଇଥିଲା ଗ୍ୟାଙ୍ଗଷ୍ଟାରର ପୁଅ ।
ଏହାକୁ ନେଇ ସୂଚନା ପାଇବା ରିପୋର୍ଟ ମାଗିଛନ୍ତି ଏଡିଜି ଅମିତାଭ ଠାକୁର । ଏହି ଘଟଣା ଘଟିବା ସମୟରେ ଜେଲ ଦାୟିତ୍ୱରେ କିଏ ଥିଲେ, ଜେଲ ଭିତରେ କଏଦୀଙ୍କ ମୁଣ୍ଡ କେମିତି ଫାଟିଲା ତାହାକୁ ନେଇ ପ୍ରଶ୍ନ କରିଛନ୍ତି । କଟକ ଜେଲ ବିଭାଗ ଡିଆଇଜିଙ୍କୁ ରିପୋର୍ଟ ମାଗିଲେ ଏଡିଜି ଅମିତାଭ ଠାକୁର । ଜେଲର ଭିତିରି କଥା ସମ୍ପର୍କରେ ଡିଏଲଏସଏକୁ ସୂଚନା ଦେବାପରେ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ଓ ତାର ସହଯୋଗୀ ଜଣେ କଏଦୀଙ୍କୁ ନିର୍ଦ୍ଧୁମ ଛେଚିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/ERYguzFeqQIEpizH5RYE.jpg)