କନକ ବ୍ୟୁରୋ : ପୁଣି ଥରେ ଆରମ୍ଭ ହେବ ହୀରାକୁଦ ଡ୍ୟାମର ବାମ ଡାଇକରେ ନିର୍ମାଣାଧୀନ ଅତିରିକ୍ତ ସ୍କିଲ୍ ୱେ କାମ । ତଳମୁଣ୍ଡରେ ଧନଜୀବନ ରକ୍ଷା, ଉଭିଦ ଓ ଜୀବଜନ୍ତୁ ଓ ନଦୀର ସୁରକ୍ଷା ନେଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୯ଜଣିଆ ଟିମ୍ ହୀରାକୁଦ ଗସ୍ତ କରି ହୀରାକୁଦ ଅତିରିକ୍ତ ସ୍ପିଲ ଓ୍ବେ ଅଂଚଳ, ବିସ୍ଥାପିତ ହେବାକୁ ଥିବା ଅଂଚଳ, ସାଇଫନ ଅଂଚଳ ବୁଲିଦେଖିଛନ୍ତି । ଏଥିପାଇଁ ୮୪୪ କୋଟି ଟଙ୍କା ଲାଗିପାରେ ବୋଲି ମୁଖ୍ୟଯନ୍ତ୍ରୀ କହିଛନ୍ତି । ଏହି ଟିମରେ ସିଡବ୍ଲୁସି, ଓ୍ବାଲ୍ଡ ବ୍ୟାଙ୍କର ଅଧିକାରୀ ସାମିଲ ଅଛନ୍ତି । ପୂର୍ବରୁ ଥିବା ଅତିରିକ୍ତ ସ୍କିଲ୍ ୱେ କାମ ଶେଷ ହେବ ।

Advertisment

ହୀରାକୁଦ ବାମ ପଟରେ ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ହେବ । ଜଳ, ସ୍ଥଳ ଏବଂ ଆକାଶ ମାର୍ଗରେ ସର୍ଭେ କରି ଫାଟ ଓ ଅନ୍ୟ ସଙ୍କଟଜନକ ପରିସ୍ଥିତି ପାଇଁ ଚିହ୍ନଟ ତଥା ଏହାର ପୁନରୁଦ୍ଧାର ପାଇଁ ୩୨ କୋଟି ଖର୍ଚ୍ଚ କରାଯିବ । ହୀରାକୁଦ ଡ୍ୟାମର ଓ ପ୍ରସ୍ତାବିତ ଅତିରିକ୍ତ ସ୍କିଲ୍ ୱେ ଗେଟ ଗୁଡିକର ସ୍ବୟଂଚାଳିତ ବ୍ୟବସ୍ଥା କରିବାକୁ ୧୫୦ କୋଟି ଟଙ୍କା ଅର୍ଥ ବ୍ୟୟବରାଦ ହୋଇଛି । କେନ୍ଦ୍ରୀୟ ଜଳ ଆୟୋଗ ଓ ଡ୍ୟାମ ସୁରକ୍ଷା ସମୀକ୍ଷା ପ୍ୟାନେଲ୍ ଅନୁମୋଦନ ପରେ ଏହାକୁ କାର୍ୟ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।