ଅତିରିକ୍ତ ବଜେଟ୍: ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି

ଆସିଛି ଅତିରିକ୍ତ ବଜେଟ୍ । ଆଉ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଜାଗା ନେଇଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ହୋଇଛି ୪୦ କୋଟି ଟଙ୍କା ବ୍ୟୟବରାଦ ।

Gopabandhu Jana Arogya Yojana

Gopabandhu Jana Arogya Yojana Photograph: (kanak news)

କନକ ବ୍ୟୁରୋ: ଆସିଛି ଅତିରିକ୍ତ ବଜେଟ୍ । ଆଉ ବଜେଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଜାଗା ନେଇଥିବା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ହୋଇଛି ୪୦ କୋଟି ଟଙ୍କା ବ୍ୟୟବରାଦ । ଲୋକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ବଜେଟରେ ୧୧୬୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ, ନୂତନ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ କଟକ ମେଡିକାଲ କଲେଜର ଉନ୍ନତିକରଣ ପାଇଁ ୫୦ କୋଟି, ଜାତୀୟ ସ୍ୱାସ୍ଥ୍ୟ ମିଶନ ପାଇଁ ୯୯୪ କୋଟି, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା-ଔଷଧ କ୍ରୟ ପାଇଁ ୧୪ କୋଟି ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ପାଇଁ ୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆହୁରି ପଢ଼ନ୍ତୁ : ଆସିଲା ଅତିରିକ୍ତ ବଜେଟ୍ ; ଜାଣନ୍ତୁ, କେଉଁ ବିଭାଗକୁ କେତେ ଟଙ୍କା ବ୍ୟୟବରାଦ?

ନଜର ପକାନ୍ତୁ, କେଉଁ ବିଭାଗକୁ କେତେ ଟଙ୍କା?

  • ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୧୧୬୪ କୋଟି
  • ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପାଇଁ ୫୩୧ କୋଟି
  • ଖାଦ୍ୟ ଯୋଗାଣ ଏବଂ ଗ୍ରାହକ କଲ୍ୟାଣ ପାଇଁ ୪୩୨୯ କୋଟି
  • ପଞ୍ଚାୟତିରାଜ, ପାନୀୟଜଳ ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୧୬ କୋଟି
  • କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ୧୬୭୩ କୋଟି
  • ସହରୀ ବିକାଶ ପାଇଁ ୩୦୩ କୋଟି
  • ଶିକ୍ଷା କ୍ଷେତ୍ର ପାଇଁ ୨୩୨୭ କୋଟି
  • ମହିଳା ଓ ଶିଶୁ ବିକାଶ ପାଇଁ ୧୫୫୮ କୋଟି
  • ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ୧୧୭ କୋଟି
  • ଭିତ୍ତିଭୂମି ବିକାଶ ପାଇଁ ୧୯୫୫ କୋଟି
  • ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ୫୭୬ କୋଟି
  • ଶିଳ୍ପ ଏବଂ ଏମଏସଏମଇ ବିକାଶ ପାଇଁ ୩୩୭ କୋଟି
  • ଓଡ଼ିଆ ଭାଷା, ସଂସ୍କୃତି ଏବଂ ହସ୍ତତନ୍ତ, ବୟନଶିଳ୍ପ ପାଇଁ ୩୬୩ କୋଟି
  • ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ପାଇଁ ୩୧୬ କୋଟି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe