କନକ ବ୍ୟୁରୋ : ପୁଣି ବଢ଼ିଲା ଗୌତମ ଆଦାନୀଙ୍କ ସମସ୍ୟା । ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କ ପାଇଁ ବଢିଲା ଅଡୁଆ । ୨୬୫ ନିୟୁତ ଆମେରିକୀୟ ଡଲାରର ଲାଞ୍ଚ ଅଭିଯୋଗରେ ଚାଲିଥିବା ବିଭିନ୍ନ ମାମଲାର ହେବ ଏକତ୍ର ଶୁଣାଣୀ । ତିନୋଟି ମାମଲାର ଏକତ୍ର ଶୁଣାଣୀ କରିବାକୁ ନୁୟର୍କ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩ଟି ଯାକ ମାମଲା ଏକା ହୋଇଥିବାରୁ ଏବଂ ସମୟ ବଞ୍ଚାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି କୋର୍ଟ । ଲାଞ୍ଚ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲାଂମାମଲାରେ ଆଦାନୀ ଓ ଅନ୍ୟ ୩ଜଣଙ୍କ  ବିରୋଧରେ ଚାଲିବ ମାମଲା । ନ୍ୟୁୟର୍କ କୋର୍ଟ ସମସ୍ତଙ୍କ ଅଭିଯୁକ୍ତଙ୍କ ନାଁରେ ମିଳିତ ଶୁଣାଣୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ବଡଧରଣ ଅର୍ଥହେରଫେର ଏକାପ୍ରକାରର ହୋଇଛି ଓ ଏନେଇ ଏକାସହ ଶୁଶଶୀ କରାଯିବ