କନକ ବ୍ୟୁରୋ : ଧାମରାରେ ଆଦାନୀ କରିବ ଇଣ୍ଡଷ୍ଟ୍ରିଆଲ ପାର୍କ । ଉତ୍କର୍ଷ ଓଡିଶାରେ ସରକାରଙ୍କ ସହ ଚୁକ୍ତି ସ୍ୱାକ୍ଷର । ୫ ହଜାର ଏକର ଜାଗାରେ ହେବ ତିଆରି । ପୋର୍ଟ ସମ୍ପ୍ରସାରଣ କରିବ ଆଦାନି ଗ୍ରୁପ୍ । ରାଜ୍ୟ ସରକାରଙ୍କ ସହ ଏମଓୟୁ କରିଛି ଆଦାନି ଗ୍ରୁପ୍, ଓଡିଶାରେ ନିବେଶ କରିବ ୨,୨୮ ଲକ୍ଷ କୋଟି । ରାଜ୍ୟରେ କପର୍ ବଏଲ୍ ପ୍ଲାଣ୍ଟ କରିବ ବିର୍ଲା ଗ୍ରୁପ୍ । 

Advertisment

ଆଲୁମିନିୟମ ସେଲଟର ପ୍ରତିଷ୍ଠା କରିବ ବେଦାନ୍ତ ଗ୍ରୃପ୍ । ଦକ୍ଷିଣ ଓଡିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ । ଜେଏସଡବ୍ଲୁ କେନ୍ଦୁଝରରେ ୫ ମିଲିୟନ ଟନର ଶିଳ୍ପପ ପ୍ରତିଷ୍ଠା କରିବ । ଜେଏସପିଏଲ ୭୦ ଲକ୍ଷ ଟଙ୍କା ନିବେଶ କରିବ । ବର୍ତ୍ତମାନ ସୁଦ୍ଧା ୫୪ଟି ଏମଓୟୁ ସ୍ୱାକ୍ଷର ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପ ଶଚିବ ହେମନ୍ତ ଶର୍ମା । 

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଦେଶ ବିଦେଶର ନିବେଶକ, ପ୍ରତିନିଧିମାନେ ସାମିଲ ହୋଇଛନ୍ତି । କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ଅନୀଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, କରନ ଅଦାନୀ, ଦେବେଶ ଜୈନଙ୍କ ଭଳି ଦେଶର ନାମୀଦାମୀ ଶିଳ୍ପପତି ସାମିଲ୍ ହୋଇଛନ୍ତି । ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଓଡ଼ିଶାରେ ନିବେଶ କରିବା ପାଇଁ ଅନେକ ସମ୍ଭାବନା ରହିଛି । ପାରାଦୀପ, ଗୋପାଳପୁରରେ ପୁଞ୍ଜି ନିବେଶର ବହୁ ସମ୍ଭାବନା ଥିବା ପ୍ରଧାନମନ୍ତ୍ରୀ ନିବେଶକ ମାନଙ୍କୁ କହିଛନ୍ତି । ଭାରତ ବିକାଶରେ ଓଡ଼ିଶା ହେବ ପ୍ରବେଶପଥ । ଓଡ଼ିଶାରେ ଆଗକୁ ଏତେ ବିକାଶ ହେବ, ଯାହା କେହି କେବେ କଳ୍ପନା କରିନଥିବେ ବୋଲି ମୋଦୀ କହିଛନ୍ତି । ପୂର୍ବ ଭାରତ ହେଉଛି ବିକଶିତ ଭାରତର ଗ୍ରୋଥ ଇଂଜିନ । ଏଥିରେ ଓଡିଶାର ବଡ଼ ଭୂମିକା ରହିଥିବା ମୋଦୀ କହିଛନ୍ତି ।