କନକ ବ୍ୟୁରୋ: ବଲାଙ୍ଗିରରେ ଆଦାନୀ କମ୍ପାନୀ ଜମିକିଣାକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ କମ୍ପାନୀର ଜମି କିଣାର ଚେର ଲମ୍ବିବାରେ ଲାଗିଛି । ଗନ୍ଧମାର୍ଦ୍ଦନର ତଳିଆ ଅଂଚଳରେ ଜମି କିଣାର ପଟ୍ଟା ପାଉତି ଭାଇରାଲ ହେଲାପରେ ଅଂଚଳରେ ରଣହୁଙ୍କାର ଦେଇଥିଲେ ଅନେକ ସଂଙ୍ଗଠନ । ଏବେ ବଲଙ୍ଗୀର ବେଲପଡା ବ୍ଲକର ବାକଦୋର ପଂଚାୟତର ଡୁଡୁକାମାଲରୁ ଠିକ ସେମିତି ଖବର ସାମ୍ନାକୁ ଆସିଛି ।

Advertisment

ବଲାଙ୍ଗିରରେ ଆଦାନୀ କମ୍ପାନୀ ଜମିକିଣାକୁ ନେଇ ସାରା ରାଜ୍ୟ ରାଜନୀତି ସରଗରମ ହୋଇଥିବାବେଳେ କମ୍ପାନୀର ଜମି କିଣାର ଚେର ଲମ୍ବିବାରେ ଲାଗିଛି । ଗନ୍ଧମାର୍ଦ୍ଦନର ତଳିଆ ଅଂଚଳରେ ଜମି କିଣାର ପଟ୍ଟା ପାଉତି ଭାଇରାଲ ହେଲାପରେ ଅଂଚଳରେ ରଣହୁଙ୍କାର ଦେଇଥିଲେ ଅନେକ ସଂଙ୍ଗଠନ । ଏବେ ବଲଙ୍ଗୀର ବେଲପଡା ବ୍ଲକର ବାକଦୋର ପଂଚାୟତର ଡୁଡୁକାମାଲରୁ ଠିକ ସେମିତି ଖବର ସାମ୍ନାକୁ ଆସିଛି । 

ବଲଙ୍ଗୀର ବେଲପଡା ବ୍ଲକର ବାକଦୋର ପଂଚାୟତର ଡୁଡୁକାମାଲ ଗାଁ ଲୋକଙ୍କଠାରୁ ଜମି କିଣିଥିଲେ  ୪ଟି ସ୍ଥାନୀୟ କମ୍ପାନୀ ।  ଏହି କମ୍ପାନୀ ସ୍ଥାନୀୟ ଅଂଚଳରେ ଖଣି ଖନନ କରି ଗ୍ରାଫାଇଟ ଓ ଅଭ୍ର ବାହାର କରୁଥିଲେ । ଖନନ ପରେ ଏଠାରେ  ପ୍ରାୟ ୧୫ଟି ଖଣିରେ ୩ ଫୁଟର ଗଭୀର ଖାତ ହୋଇ ପାଣି ରହିଛି । ଏହି ସ୍ଥାନକୁ ଏବେ ଆଦାନୀ କମ୍ପାନୀ ଗଛ ଲଗାଇବା ପାଇଁ କିଣିଛି ।  ୧୫ଟି ଖଣିରେ ପାଣି ଜମିଥିବାବେଳେ କିଭଳି ଗଛ ଲାଗିବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ତେବେ ଗଛ ଲଗାଇବା ବାହାନା କରି ଖଣି ଖନନ ପାଇଁ ଆଦାନୀ ନୂଆ ଚାଲ ଚଳାଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମରିଯିବୁ ପଛେ ଆଦାନୀକୁ ଜମି ଛଡାଯିବ ନାହଁ ବୋଲି କହିଛନ୍ତି । ଏପରିକି ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । 

ପଦ୍ମପୁର ଉପଖଣ୍ଡ ଗାଇଇସିଲଟ ବ୍ଲକ କଟାବାହାଲ ଗ୍ରାମ ପଂଚାୟତ ଅନ୍ତର୍ଗତ ଜୁବାଖୋଲ ଗାଁରେ ମହାନଦୀ ମାଇନ୍ସ ଏଣ୍ଡ ମିନେରାଲସ ପ୍ରାଇଭେଟ ଲିମିଟେଡ ୨୩ ଏକର ୧୮ ଡେସିମିଲ ଜମି କିଣିଛି । ଏହି ଜମି କିଣି ଏଠାରେ ଖଣି ଖୋଳିବା ଖବର ପାଇବା ପରେ ଅଂଚଳରେ ଏବେ ଭୟର ବାତାବରଣ ଦେଖାଦେଇଛି । ସର୍ଭେ ଚାଲିଥିବାବେଳେ ଏଠାରେ ଖଣି ଖୋଳାଗଲେ ଏଠାକାର ଲୋକମାନେ ବିସ୍ଥାପିତ ହେବା ଆଶଙ୍କା ରହିଛି। ଯାହାକୁ ନେଇ ବିରୋଧ ବଢିଛି ।  

ବଲାଙ୍ଗୀର ଓ ପଦ୍ମପୁରରେ ଏବେ ଘରୋଇ କମ୍ପାନୀର ଖଣି ଖନନ ଉଦ୍ୟମ ଓ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଶାସନ ପାଇଁ  ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।