ଆଦାନି ସମର୍ଥକ-ବିରୋଧୀ ମୁହାଁମୁହିଁ: ଗ୍ରାମସଭା ପାଲଟିଲା ରଣକ୍ଷେତ୍ର

Advertisment

ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ୍ ବିଜାହାନ୍ କୋଇଲା ଖଣି ପାଇଁ ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି । କମ୍ପାନି ସମର୍ଥକ ଓ ବିସ୍ଥାପିତ ହେବାକୁ ଥିବା ଲୋକ ମହାଁମୁହିଁ ହୋଇଛନ୍ତି ।

ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ୍ ବିଜାହାନ୍ କୋଇଲା ଖଣି ପାଇଁ ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି । କମ୍ପାନି ସମର୍ଥକ ଓ ବିସ୍ଥାପିତ ହେବାକୁ ଥିବା ଲୋକ ମହାଁମୁହିଁ ହୋଇଛନ୍ତି ।

village meting

Photograph: (kanak news)

କନକ ବ୍ୟୁରୋ: ଆଦାନିକୁ ଆବଣ୍ଟିତ ସୁନ୍ଦରଗଡ଼ ହେମଗିର ବ୍ଲକ୍ ବିଜାହାନ୍ କୋଇଲା ଖଣି ପାଇଁ ଡକା ଯାଇଥିବା ଜମି ଅଧିଗ୍ରହଣ ଗ୍ରାମସଭା ରଣକ୍ଷେତ୍ର ପାଲଟିଛି । କମ୍ପାନି ସମର୍ଥକ ଓ ବିସ୍ଥାପିତ ହେବାକୁ ଥିବା ଲୋକ ମହାଁମୁହିଁ ହୋଇଛନ୍ତି । ପୁଲିସ ସହ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଦେଖି ବିଡିଓ ଗ୍ରାମସଭା ବାତିଲ କରିଛନ୍ତି।... 

ଆଦାନିକୁ ଆବଣ୍ଟିତ କୋଇଲା ଖଣି ଜମି ଅଧିଗ୍ରହଣ ଲାଗି ଡକାଯାଇଥିବା ଗ୍ରାମସଭା ରଣକ୍ଷେତ୍ରରେ ପରିଣତ ହୋଇଛି। ଠେଲାପେଲା, ମାରପିଟ, ଚୌକି ଭଙ୍ଗାରୁଜା ମଧ୍ୟରେ ରଣକ୍ଷେତ୍ର ପାଲଟିଛି ସଭାସ୍ଥଳ। ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ କମ୍ପାନିକୁ ୨୦୨୨ରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍ ବିଜାହାନରେ ଖଣି ଆବଣ୍ଟିତ ହୋଇଛି। ଖଣି ଜମି ଅଧିଗ୍ରହଣ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଜାହାନରେ ଗ୍ରାମସଭା ଡକାଯାଇଥିଲା। ହେମଗିର ବିଡିଓଙ୍କ ଉପସ୍ଥିତିରେ ଝାରପଲମ ସରପଞ୍ଚ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ସଭା ଆରମ୍ଭ କ୍ଷଣି ବିସ୍ଥାପିତ ହେବାକୁ ଥିବା ଲୋକ ଓ ଆଦାନି ସମର୍ଥକ ମୁହାଁମୁହିଁ ହୋଇଥିଲେ। ତାପରେ ଯାହା ହୋଇଥିଲା ତାହା ଆପଣଙ୍କ ସାମନାରେ। 

ବିଜାହାନ ଗାଁର ୨୫୦.୦୧୦ ଏକର ଓ ଭୋଗରାକଛାର ଗାଁର ୧୮୮.୨୦୦ ଏକର ଜମି ଅଧିଗ୍ରହଣ ପାଇଁ ଗ୍ରାମସଭା ଡକାଯାଇଥିଲା। କିନ୍ତୁ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ତଥା ନିଯୁକ୍ତି ନେଇ କମ୍ପାନି ଲିଖିତ ସୂଚନା ନଦେଇ ଗ୍ରାମସଭା କରାଯାଉଥିବା ଅଭିଯୋଗ ଆଣି ଲୋକ ବିରୋଧ କରିଥିଲେ। ଗ୍ରାମସଭା କରିବା ପ୍ରଶାସନର ଦାୟିତ୍ବ ହୋଇଥିବା ବେଳେ କମ୍ପାନିର ମାଳମାଳ ଅଧିକାରୀ ଉପସ୍ଥିତ ରହିବା ଲୋକଙ୍କୁ ନାପସନ୍ଦ ହୋଇଥିଲା । ଲୋକ ଆଦାନି ଗୋ ବ୍ୟାକ୍ ନାରା ଦେଇଥିଲେ। ଅସମ୍ଭାଳ ସ୍ଥିତି ଦେଖି ବିଡିଓ ସଭା ବାତିଲ କରିଥିଲେ।...

ଆଦାନି କମ୍ପାନି ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ବିଜାହାନ ଅଞ୍ଚଳରେ ଜଙ୍ଗଲ ଉଜାଡ଼ି ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନରେ କ୍ଷତିପୂରକ ବନୀକରଣ କରିବାକୁ ଯୋଜନା କରୁଥିବା ବେଳେ ଖଣି ଖନନ ମସୁଧା ସନ୍ଦେହରେ ବିରୋଧର ସମ୍ମୁଖୀନ ହୋଇଛି । ଏଭଳି ସ୍ଥିତିରେ ବିଜାହାନରେ ପ୍ରଥମ ଗ୍ରାମସଭା ବାତିଲ ପରେ ଆଦାନିର କାରସାଦି ପୁଣି ଚର୍ଚ୍ଚାକୁ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe