କନକ ବ୍ୟୁରୋ: ଆଦାନୀ ବିରୋଧରେ ଆମେରିକାର ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭାରତ ସମେତ ଓଡିଶାରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଏହାରି ଭିତରେ ଭାରତର ଦୁଇ ପ୍ରମୁଖ ଷ୍ଟକ୍ ବଜାର ବମ୍ବେ ଷ୍ଟକ୍ ଏକ୍ସଚେଂଜ ଓ ନାସନାଲ ଷ୍ଟକ ଏକ୍ସଚେଂଜ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ଏହି ଦୁଇ ସଂସ୍ଥା ଏବେ ସେବି ଜରିଆରେ ଆଦାନୀ ଗ୍ରୁପକୁ ସ୍ପଷ୍ଟୀକରଣ ମାଗିଛନ୍ତି । ଆଦାନୀ ସମୂହ ସ୍ପଷ୍ଟୀକରଣ ଦେବା ପରେ ତାକୁ ସାର୍ବଜନୀନ କରାଯାଇପାରେ। ସେଥିରେ କୌଣସି ଅନିୟମିତାତା ଧରାପଡ଼ିଲେ ସେବି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରେ ବୋଲି ଚର୍ଚ୍ଚା ହେଉଛି । 
 
କେମିତି ଧରାପଡିଲା ଆଦାନୀ ଗ୍ରୁପର ‘ଲାଞ୍ଚ’ ଘଟଣା?
ପୁତୁରା ସାଗର ଆଦାନୀଙ୍କ ହ୍ସାଟସଆପରୁ ମିଳିଥିଲା ସୁରାକ୍

Advertisment

ଆମେରିକାର ନ୍ୟୁୟର୍କ କୋର୍ଟରେ ଆଦାନୀ ଗ୍ରୁପ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ଏଥିରେ ଯେଉଁ ନା ସାମିଲ ରହିଛି ତା ମଧ୍ୟରୁ ଆଦାନୀଙ୍କ ପୁତୁରା ସାଗର ଆଦାନୀ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ । ଆମେରିକା ଆଇନଜୀବୀଙ୍କ ଦାବି , ସାଗର ଆଦାନୀ ହିଁ ଯାଚୁଥିଲେ ଲାଞ୍ଚ । କୋଟି କୋଟି ଟଙ୍କାର ଡିଲ ନେଇ ତାଙ୍କ ଫୋନକୁ ଆସୁଥିଲା ମେସେଜ। କୋର୍ଟରେ ଏହାକୁ କୁହାଯାଇଛି ‘ବ୍ରାଇବ୍ ନୋଟ୍’ ବା ‘ଲାଞ୍ଚ ପତ୍ର’ । ସାଗର ଆଦାନୀଙ୍କ ହ୍ବାଟସଆପ୍ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି । ତେବେ ପ୍ରାୟ ୨ ହଜାର କୋଟିର ଏହି ଲାଞ୍ଚ କାରବାରର ମୁଖ୍ୟ ଅଭିଯୁକ୍ତ 
‘ଆଦାନୀ ଲାଞ୍ଚ’ ଝଡ଼
ମୁଖ୍ୟ ଅଭିଯୁକ୍ତ ‘ସାଗର’
ସାଗର ଆଦାନୀ ହେଉଛନ୍ତି ଗୌତମ ଆଦାନୀଙ୍କ ପୁତୁରା
ଗୌତମଙ୍କ ଭାଇ ରାଜେସ ଆଦାନୀଙ୍କ ପୁଅ ସାଗର ଆଦାନୀ
ଆମେରିକାର ବ୍ରାଉନ୍ ବିଶ୍ବବିଦ୍ୟାଳୟରୁ ଗ୍ରାଜୁଏଟ୍
୨୦୧୫ରେ ଆଦାନୀ ଗ୍ରୁପ ସହ ଯୋଡି ହୋଇଥିଲେ
ଆଦାନୀ ଏନର୍ଜିର ଦାୟିତ୍ବ ନେଉଛନ୍ତି ସାଗର ଆଦାନୀ
ତେବେ ଏହି ଆଦାନୀ ଏନର୍ଜି ଡିଲ୍ ନେଇ ଆମେରିକାର ନ୍ୟୁୟର୍କ କୋର୍ଟ ଜାରି କରିଛି ଗିରଫ ପରୱାନା । ଯାହାକୁ ନେଇ ଭାରତରେ ଚର୍ଚ୍ଚା ଥମିବାର ନାଁ ନେଇନାହିଁ । ଆଗକୁ ପୁରା ଘଟଣାରେ କେଉଁ ପ୍ରକାର କାର୍ୟ୍ୟାନୁଷ୍ଠାନ ହେଉଛି ତାହା ଅପେକ୍ଷାରେ ସମସ୍ତେ ।