କନକ ବ୍ୟୁରୋ: ଦେଶରେ ପୁଣି ଆଦାନୀ ଝଡ । ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ନାଁରେ ଆମେରିକା ସଂଗୀନ ଅଭିଯୋଗ ଆଣିବା ପରେ ଗୋଟିଏ ପରେ ଗୋଟିଏ ନ୍ରୂ ତଥ୍ୟ ସାମ୍ନାକୁ ଆସିଛି ।ଏହା ଭିତରେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନହେମାନ ରେଡ୍ଡୀ ନେଇ ଆସିଛି ବଡ ଖବର । ଜଗନଙ୍କୁ ଆଦାନୀ ଭେଟିବା ସହ ପ୍ରାୟ ୧୭୫୦କୋଟି ଟଙ୍କା ଲାଞ୍ଚ ଦେବାକୁ କଥା ହୋଇଥିବା ଦାବି କରିଛି ଆମେରିକା ଏଜେନ୍ସି ।ସେପଟେ ପୂରା ଘଟଣାକ୍ରମରେ ହ୍ବାଇଟ ହାଉସର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି
୧୭୫୦ କୋଟି ଲାଞ୍ଚ ପାଇଁ କଥାବାର୍ତ୍ତା ସରିଥିଲା
କିନ୍ତୁ ପ୍ରତିଶ୍ରୁତି ପୂରା ହୋଇପାରିନଥିଲା
ୟୁଏସ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜର ନୂଆ ଅଭିଯୋଗ
ଆମେରିକାର ଅଭିଯୋଗରେ ଗୁଡେଇତୁଡେଇ ହେଉଛନ୍ତି ଗୌତମ ଆଦାନୀ । ଲାଞ୍ଚ କାରବାର ନେଇ ଆମେରିକା ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ ସାଂଘାତିକ ଅଭିଯୋଗ ଆଣିବା ପରେ ୪ଟି ରାଜ୍ୟ ନାଁ ମଧ୍ୟ ସାମ୍ନାକୁ ଆସିଛି । ଏହା ଭିତରେ ହରଡଘଣାରେ ପଡିଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ଆମେରିକା ଫେଡେରାଲ କୋର୍ଟଙ୍କ ନିକଟରେ କମିଶନ ଯେଉଁ ଅଭିଯୋଗ ରଖିଛି ସେଥିରେ ଜଗନମୋହନ ରେଡ୍ଡୀଙ୍କ ନାଁ ରହିଛି ।
ଜଗନଙ୍କୁ ଆଦାନୀଙ୍କ ଲାଞ୍ଚ ପ୍ରତିଶ୍ରୁତି
ଆଦାନୀ ଗ୍ରୁପ ଓ ତତକାଳୀନ ଆନ୍ଧ୍ରସରକାରଙ୍କ ମଧ୍ୟରେ ବଡ଼ ଡିଲ ପାଇଁ କଥାବାର୍ତ୍ତା ହୋଇଥିଲା । ୨୦୨୧ରେ ଆନ୍ଧ୍ରପ୍ରଦେଶରେ ଜଗନ ଓ ଆଦାନୀଙ୍କ ସାକ୍ଷାତ ହୋଇଥିଲା । ସୌରଚୁକ୍ତି ପାଇଁ ବଡ ଡିଲ କରାଯାଇଥିଲା । ୭ଟି ପ୍ଲାଣ୍ଟ ବଦଳରେ ୧୭୫୦କୋଟି ଟଙ୍କା ଦେବାକୁ ଡିଲ ହୋଇଥିଲା ।
ସୋଲାର ଏନର୍ଜି କରପୋରେସନ ଅଫ ଇଣ୍ଡିଆ ଅଧିକାରୀଙ୍କୁ ଏହି ଅର୍ଥରୁ ଲାଞ୍ଚ ଦିଆଯାଇଥାନ୍ତା । SECIରୁ ୭ ଗିଗାୱାଟ ଶକ୍ତି କିଣିବାକୁ ଡିଲ ହୋଇଥିଲା । କିନ୍ତୁ କୌଣସି କାରଣରୁ ଅର୍ଥନେଣଦେଣ ଓ ଡିଲ ଅଟକିଲା । ପରେ ଜଗନ ସରକାର ଭାଙ୍ଗିବା ପରେ ଆନ୍ଧ୍ରଉପରେ ଆଖି ହଟାଇଥିଲେ ଆଦାନୀ
ସେପଟେ ଆମେରିକାର ଅଭିଯୋଗକୁ ଖଣ୍ଡନ କରିଛି ୟାଇଏସଆର କଂଗ୍ରେସ । ଆଦାନୀ ଓ ତତକାଳୀନ ସରକାରଙ୍କ ମଧ୍ୟରେ ଚୁକ୍ତି ବାବଦକୁ କୌଣସି ସିଧାସଳଖ ଆଲୋଚନା କରାଯାଇନଥିବା ଦଳ ସ୍ପଷ୍ଟୀକରଣ ରଖିଛି । ପୂରା ଘଟଣାକ୍ରମ ଉପରେ ହ୍ବାଇଟ ହାଉସର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ପ୍ରେସ ସଚିବ କେରିନ ଜିନ ପିୟରଙ୍କ କହିଛନ୍ତି ଉଭୟ ଦେଶ ମଧ୍ୟରେ ମଜଭୁତ ସମ୍ପର୍କ ରହିଛି । କିନ୍ତୁ ପୂରା ମାମଲା ଉପରେ ୟୁଏସ ସିକ୍ୟୁରିଟି ଏକ୍ସଚେଞ୍ଜ କମିଶନ ଓ ଆଇନ ବିଭାଗ କାମ କରୁଛନ୍ତି ସେପଟେ ଏହି ୱାରେଣ୍ଟ ଜାରି ପରେ ଆଦାନୀ ଗ୍ରୁପ୍ ଶେଆର ବଜାର ହ୍ରାସ ପାଇଛି। ଆଦାନୀ ଗ୍ରୁପର ୫ ଲକ୍ଷ ୩୫ ହଜାର କୋଟି ଟଙ୍କା କ୍ଷତି ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।
୨୦୨୧-୨୦୨୩ ମଧ୍ୟରେ ରାଜ୍ୟ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ସହିତ ଚୁକ୍ତିନାମା ସୁରକ୍ଷିତ ରଖିବା ପାଇଁ ଆଦାନୀ ଗ୍ରୁପ୍ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ ଦେଇଥିବା ଅଭିଯୋଗ କରିଛି ଆମେରିକା ଏଜେନ୍ସି। ଏହି ଅଭିଯୋଗକ୍ରମେ ଆମେରିକାର ଏକ କୋର୍ଟ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀଙ୍କ ସମେତ ୭ ଜଣଙ୍କ ବିରୁଦ୍ଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/22/QFAKpWXUVgoOTrRVz74J.png)