କନକ ବ୍ୟୁରୋ : ସଂସଦରେ ଥମୁନି ଆଦାନୀ ଝଡ଼ । ଆଦାନୀ ଲାଞ୍ଚ ମାମଲାରେ ତଦନ୍ତ ପାଇଁ କଂଗ୍ରେସର ଦାବି । ଏଥିପାଇଁ ଭିନ୍ନ ଭିନ୍ନ ତରିକାରେ ପ୍ରତିବାଦ ଆରମ୍ଭ କରି କଂଗ୍ରେସ । ଆଜି ସଂସଦ ବାହାରେ କଳା ପୋଷାକ ପିନ୍ଧି ପ୍ରତିବାଦ କରିଛି କଂଗ୍ରେସ । ଯାହାର ନେତୃତ୍ବ ନେଇଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ସାଂସଦ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ସାଂସଦ ମାନେ ଏକ ସତନ୍ତ୍ର ଡିଜାଇନର ଜ୍ୟାକେଟ୍ ପରିଧାନ କରିଥିଲେ ଯେଉଁଥିରେ ମୋଦୀ ଆଦାନୀ ଏକ ହେ, ଆଦାନୀ ସେଫ୍ ହେ ନାରା ଛପା ଯାଇଥିଲା । ଆମେରିକାରେ ଆଦାନୀ ଲାଂଚ ମାମଲାରେ ଜେପିସି ତଦନ୍ତ ଦାବି କରିଆସୁଅଛି କଂଗ୍ରେସ ।