ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ । ଶିଳ୍ପପତିଙ୍କ ସପକ୍ଷରେ ବାହାରିଲେ ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀ

Advertisment

ଆଦାନୀ ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଲାଞ୍ଚ କାରବାର ଅଭିଯୋଗକୁ ନେଇ କାଠଗଡ଼ାରେ କେନ୍ଦ୍ର ସରକାର। ଗିରଫ କରିବା ବଦଳରେ ମୋଦୀ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି

ଆଦାନୀ ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଲାଞ୍ଚ କାରବାର ଅଭିଯୋଗକୁ ନେଇ କାଠଗଡ଼ାରେ କେନ୍ଦ୍ର ସରକାର। ଗିରଫ କରିବା ବଦଳରେ ମୋଦୀ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି

ADANI

କନକ ବ୍ୟୁରୋ: ଆଦାନୀ ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଲାଞ୍ଚ କାରବାର ଅଭିଯୋଗକୁ ନେଇ କାଠଗଡ଼ାରେ କେନ୍ଦ୍ର ସରକାର। ଗିରଫ କରିବା ବଦଳରେ ମୋଦୀ ଆଦାନୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର, ଆଦାନୀ ଗ୍ରୁପ୍ ଓ ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ଏହାର ଜବାବ ରଖିଛନ୍ତି।  

  • ଲାଞ୍ଚ ଅଭିଯୋଗକୁ ଆଦାନୀ ଗ୍ରୁପର ଖଣ୍ଡନ
  • ‘ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ’ 

ଆମେରିକାର ଲାଞ୍ଚ ଅଭିଯୋଗକୁ ନେଇ ଆଦାନୀ ଗ୍ରୁପ୍‌ ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। କମ୍ପାନୀ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ବୋଲି କମ୍ପାନୀ ସମୂହ ପକ୍ଷରୁ କୁହାଯାଇଛି। ଆଦାନୀ ଗ୍ରୀନ ଏନର୍ଜି ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଥମ ଥର ପାଇଁ ଆଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ସୁରକ୍ଷାରେ ଆଗକୁ ଆସିଛନ୍ତି ପୂର୍ବତନ ଆଟର୍ଣ୍ଣିଂ ଜେନେରାଲ ମୁକୁଲ ରୋହତଗୀ। ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭ୍ରମାତ୍ମକ ବୋଲି ସେ କହିଛନ୍ତି।  

  • ସଂସଦରେ ଆଦାନୀ ଝଡ଼
  • ଗୃହରେ ବିରୋଧୀଙ୍କ ହୋହଲ୍ଲା

ସେପଟେ ଆଦାନୀ ପ୍ରସଙ୍ଗକୁ ନେଇ ତୃତୀୟ ଦିନରେ ବି ଗୃହ ଅଚଳ, ସଂସଦର ଉଭୟ ସଦନରେ ବିରୋଧୀ ସଦସ୍ୟଙ୍କ ହୋ ହଲ୍ଲା। ବୁଧବାର ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ସମେତ ବିରୋଧୀ ସଦସ୍ୟମାନଙ୍କ ପକ୍ଷରୁ ପ୍ରତିବାଦ ଦେଖିବାକୁ ମିଳିଛି । ଲାଞ୍ଚ କାରବାର ମାମଲାରେ ଆଦାନୀଙ୍କୁ ଗିରଫ କରାଯିବା ଉଚିତ, ମୋଦୀ ସରକାର ଏହା ବଦଳରେ ତାଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଅଭିଯୋଗର ନିରପେକ୍ଷ ତଦନ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି। ସେପଟେ ଆଦାନୀ ଗ୍ରୁପ ଉପରେ ଲାଞ୍ଚ କାରବାର ନେଇ ଅଭିଯୋଗ ଆସିବା ପରେ ତେଜିଛି ରାଜନୀତି। ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ବିରୋଧୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe