ଲାଞ୍ଚ ଅଭିଯୋଗରେ ବଢୁଛି ଆଦାନୀ ଗ୍ରୁପ ପାଇଁ ଅଡୁଆ । କେନିଆ ପରେ ଏବେ ଫ୍ରାନ୍ସ ରଦ୍ଦ କଲା ଚୁକ୍ତି

Advertisment

ଫ୍ରାନସ ପୂର୍ବରୁ ଆମେରିକାର ଲାଞ୍ଚ ଅଭିଯୋଗ ପାଇଁ  କେନିଆ ସରକାର ପ୍ରାୟ ୭୦୦ ନିୟୁତ ଡଲାରର ଚୁକ୍ତି ବାତିଲ୍ କରିଥିଲା ଆଦାନୀ ଗ୍ରୁପ ସହ । ସେହିପରି ଭାରତରେ ମଧ୍ୟ ଅନେକ ରାଜ୍ୟର ସରକାର ଆଦାନୀ ଗ୍ରୁପ ସହ ଚୁକ୍ତି ବାତିଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଲେଣି । ସୋମବାର ତେଲେଙ୍ଗାନା ସରକାର  ଆଦାନୀଙ୍କ ୧୦୦ କୋଟି ଟଙ୍କାର ଦାନ ନେବାକୁ ମନା କରିଦେଇଛନ୍ତି । 

^^^\^òþòMþ

କନକ ବ୍ୟୁରୋ : ବଢୁଛି ଆଦାନୀ ଗ୍ରୁପର ଅଡୁଆ । ଆମେରିକାର କୋର୍ଟ ଦ୍ବାରା ଲାଞ୍ଚ କାରବାର ନେଇ ଦୋଷୀ ସାବ୍ୟସ୍ତ ହେବା ପରେ ଗୋଟିଏ ପରେ ଗୋଟିଏ ଚୁକ୍ତି ହରାଉଛି ଆଦାନୀ ଗ୍ରୁପ୍ । କେନିଆ ପରେ ଏବେ ଫ୍ରାନ୍ସ ମଧ୍ୟ ଆଦାନୀ ଗ୍ରୁପ ସହ ଏହାର ଏକ ଚୁକ୍ତିକୁ ବାତିଲ ରଖିଛି । ଫ୍ରାନ୍ସର ନାମୀ ଶିଳ୍ପ ସଂସ୍ଥା ଟୋଟାଲ୍ ଏନର୍ଜିସ୍ ଆଦାନୀ ଗ୍ରୁପରେ ଆଗକୁ କୌଣସି ନିବେଶ ନ କରିବା ନେଇ ନିଷ୍ପତ୍ତି ନେଇଛି । 

ଗୌତମ ଆଦାନୀଙ୍କୁ ବଡ଼ ଝଟକା
ଆଦାନୀ ଗ୍ରୁପ ଓ ଟୋଟାଲ ଏନର୍ଜି ମଧ୍ୟରେ ପୂର୍ବରୁ ଚୁକ୍ତି ହୋଇଥିଲା
ଶକ୍ତି ସମ୍ବନ୍ଧିତ ପ୍ରକଳ୍ପରେ ଉଭୟ କାମ କରୁଥିଲେ 
ଆଦାନୀ ଗ୍ରୀନର ପ୍ରାୟ ୨୦ ପ୍ରତିଶତ ସେୟାର କିଣିଛି ଟୋଟାଲ ଏନର୍ଜି
ଆମେରିକାର ଅଭିଯୋଗ ପରେ ନିବେଶ ବାତିଲ କରିଛି ଟୋଟାଲ ଏନର୍ଜି
ତଦନ୍ତ ପୁରା ହେବା ଯାଏଁ ସଂସ୍ଥା କରିବନି କୌଣସି ଚୁକ୍ତି
ଟୋଟାଲ ଏନର୍ଜିର ଏଭଳି ଘୋଷଣା ଆଦାନୀ ଗ୍ରୁପକୁ ଝଟକା ଦେଇଛି

ଫ୍ରାନସ ପୂର୍ବରୁ ଆମେରିକାର ଲାଞ୍ଚ ଅଭିଯୋଗ ପାଇଁ  କେନିଆ ସରକାର ପ୍ରାୟ ୭୦୦ ନିୟୁତ ଡଲାରର ଚୁକ୍ତି ବାତିଲ୍ କରିଥିଲା ଆଦାନୀ ଗ୍ରୁପ ସହ । ସେହିପରି ଭାରତରେ ମଧ୍ୟ ଅନେକ ରାଜ୍ୟର ସରକାର ଆଦାନୀ ଗ୍ରୁପ ସହ ଚୁକ୍ତି ବାତିଲ କରିବା ପ୍ରକ୍ରିୟା ଆରମ୍ଭ କରିଦେଲେଣି । ସୋମବାର ତେଲେଙ୍ଗାନା ସରକାର  ଆଦାନୀଙ୍କ ୧୦୦ କୋଟି ଟଙ୍କାର ଦାନ ନେବାକୁ ମନା କରିଦେଇଛନ୍ତି । 

ତେବେ ଆଦାନୀ ଲାଂଚ ମାମଲାକୁ ନେଇ ଭାରତରେ ଝଡ ଥମିବାର ନାଁ ନେଉନାହିଁ । ସୋମବାର ଏହାକୁ ନେଇ ସଂସଦରେ ବିରୋଦୀ ତଦନ୍ତ ଦାବି ଉଠାଇଥିଲେ । ସେହିପରି ଶିଳ୍ପପତି ଗୌତମ ଆଦାନୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି । ଯାହାକୁ ନେଇ ଆଦାନୀ ଗ୍ରୁପର ଅଡୁଆ ବଢିବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe