କନକ ବ୍ୟୁରୋ: ମୋହନଙ୍କୁ ଭେଟିଲେ ଆଦାନୀ, ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ଉଭୟଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଛି ।
ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ଆଦାନୀ ଗ୍ରୁପ୍ର ସେବାକାର୍ଯ୍ୟରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିଥିଲେ ଗୌତମ ଆଦାନୀ । ପୁରୀରେ ରଥାଋୁଢ ଶ୍ରୀଜିଉ ମାନଙ୍କୁ ଦର୍ଶନ କରିବା ସହିତ ସେବାକାର୍ଯ୍ୟରେ ସାମିଲ ହୋଇ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରିଥିଲେ ଗୌତମ ଆଦାନୀ ।