କନକବ୍ୟୁରୋ : ଖଣି ଖୋଜା ପାଇଁ ଚାଲିଛି ସର୍ଭେ । ବରଗଡ଼ ସୀମା ଉପରେ ଅଦାନୀ ଆଖି । ଗନ୍ଧମାର୍ଦ୍ଦନ ପାହାଡ଼ ପାଦତଳେ, ଅଦାନୀ କମ୍ପାନୀ ୧୮ ଏକକର ଜମି କିଣିବା ଘଟଣାକୁ ନେଇ ବିବାଦ ଲାଗି ରହିଥିବାବେଳେ ଏବେ ପୁଣି ଏକ ଜମି କିଣା ମାମଲା ସାମ୍ନାକୁ ଆସିଛି । ବରଗଡ଼ ଓ ବଲାଙ୍ଗୀର ସୀମା ଉପରେ ଆଦାନୀ କମ୍ପାନୀ ଆଖି ପକେଇଥିବା ସୂଚନା ମିଳିଛି ।
ବଲାଙ୍ଗୀର ଜିଲ୍ଲା ସଂଲଗ୍ନ ଗାଇସିଲାଟ୍ ବ୍ଲକ୍ କଟାବାହାଲ ପଞ୍ଚାୟତ ଯୁବଖୋଲ ଗାଁରେ ୨୩ ଏକର ଜମି କିଛି କମ୍ପାନୀ । ଏହାକୁ ନେଇ କିଛି ଦସ୍ତାବିଜ୍ ସାମ୍ନାକୁ ଆସିଛି । ୨ ତାରିଖରେ କମ୍ପାନୀ ନାଁରେ ଜମି ରେଜିଷ୍ଟ୍ରି ହୋଇଛି । ସେହି ଅଞ୍ଚଳର ୩ ଚାଷୀଙ୍କଠାରୁ ଏହି ସବୁ ଜମି କିଣାଯାଇଛି । ବଡ଼ କଥା ହେଉଛି, କିଣା ଯାଇଥିବା ଜମି ପାଖରେ ରହିଛି ଯୁବାଖୋଲ ପାହାଡ଼ ।
ଆଉ ଯୁବାଖୋଲ ପାହାଡ଼କୁ ଲାଗିକି ଆରମ୍ଭ ହୋଇଛି ଗନ୍ଧମାର୍ଦ୍ଦନ ପାହାଡ଼ । ଆଉ ଯୁବାଖୋଲ ପାହାଡ଼ ସହ ଏବେ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ବି ଆଦାନୀ କମ୍ପାନୀ ଆଖି ପକାଇଲାଣି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ଗତ କିଛି ଦିନ ହେବ ଏହି ଅଞ୍ଚଳରେ ଡ୍ରୋନ୍ ଯୋଗେ ଖଣି ଉପସ୍ଥିତି ସର୍ଭେ ବି ଚାଲିଛି । ଆଦାମୀର ଜମି କିଣା ଓ ଖଣି ପାଇଣ ସର୍ଭେ ଭିତରେ ସାମଞ୍ଜସ୍ୟ ଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/19/OBV2gXOMmIQb1yJvR8Mn.jpg)