ଖରା ଆସିଲାଣି ପାଣି ଦିଅ:  ନାରା ଦେଇ ବ୍ଳକ କାର୍ୟ୍ୟାଳୟ ଘେରିଲେ ମହିଳା

ଘସିପୁରା ବ୍ଲକ୍ କାର୍ୟ୍ୟାଳୟ ଘେରିଲେ ଶତାଧିକ ମହିଳା । ଖରା ବଢ଼ିବା ଆଗରୁ ବାତୋ ଗାଁରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି । ବସୁଧା ଯୋଜନାରେ ପ୍ରତିଘରକୁ ପାଣି ମିଳୁନଥିବା ଅଭିଯୋଗ ।

ଅଦ୍ୟତନ ହୋଇଛି
water problem000

water problem000 Photograph: (kanakNews)

କନକ ବ୍ୟୁରୋ: ପାଣି ପାଇଁ ବ୍ଲକ୍ କାର୍ୟ୍ୟାଳୟ ଘେରିଲେ ଶତାଧିକ ମହିଳା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ଘଷିପୁରା ବ୍ଳକ ବାତୋ ଗାଁରେ କିଛି ଦିନ ହେବ ପାନୀୟ ଜଳ ସମସ୍ୟା ଲାଗି ରହିଛି । ସରକାରଙ୍କ ତରଫରୁ ବସୁଧା ଯୋଜନାରେ ପମ୍ପ ହାଉସ୍ ବସାଇ ଘରକୁ ପାଇପ ସଂଯୋଗ କରାଯାଇଛି । ହେଲେ କିଛି ଲୋକ ଉକ୍ତ ପାଇପ ଲାଇନରେ ମଟର ଲଗାଇଥିବାରୁ ଅନ୍ୟମାନଙ୍କ ଘରକୁ ପାଣି ଆସୁନାହିଁ । ଫଳରେ ପାଣି ପାଇଁ ଗରିବ ଶ୍ରେଣୀର ଲୋକଙ୍କୁ ପୋଖରୀ ଉପରେ ନିର୍ଭର କରିବାକୁ ପଡୁଛି । ଅନ୍ୟପଟେ ପମ୍ପ ଅପରେଟର ନିର୍ଦ୍ଧାରିତ ସମୟରେ ପାଣି ଛାଡୁନଥିବା ମହିଳା ମାନେ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଗାଁ ପମ୍ପ ହାଉସକୁ ତାଲା ପକାଇ ଥିଲେ ହେଲେ କିଛି ସୁଫଳ ନମିଳିବାରୁ ଶତାଧିକ ମହିଳା ବ୍ଲକ୍ କାର୍ୟ୍ୟାଳୟ ଘେରାଉ କରିଛନ୍ତି। ତୁରନ୍ତ ଖରା ଦିନ ଆସିବା ଆଗରୁ ସମସ୍ୟାର ସମାଧାନ ଦାବି କରାଯାଇଛି। 

 କେବଳ ଘସିପୁରାରେ ନୁହେଁ ଏବେଠାରୁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପାଣି ସମସ୍ୟା ଦେଖାଗଲାଣି।  କେଉଁଠି ପାଣି ଟାଙ୍କି ନିର୍ମାଣ ହୋଇ ରହିଛି ପାଇପ ସଂଯୋଗ ହୋଇନି ତଆଉ କେଉଠି ସବୁ ଅଛି ହେଲେ ପାଣି ଯୋଗାଣ ବନ୍ଦ । ଏସବୁ ସମସ୍ୟାକୁ ନେଇ ଲାଗିରହିଛି ଜନ ଅସନ୍ତୋଷ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe