ମାଲକାନଗିରିରେ ଜଳପ୍ରଳୟ ; ବାହ୍ୟ ଜଗତରୁ ବିଚ୍ଛନ୍ନ ସ୍ୱାଭିମାନ ଅଞ୍ଚଳ

ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା । ମାଲକାନଗିରି ଜିଲ୍ଲାରେ ଜଳ ପ୍ରଳୟ । ସ୍ୱାଭିମାନ ଅଞ୍ଚଳରେ ଅସ୍ୱାଭାବିକ ସ୍ଥିତି । ଡାକ୍ତରଖାନା ଓ ଘରେ ପଶିଲା ପାଣି । ସେପଟେ ଜୟପୁରର ମକା ବିଲରେ ୫ ଫୁଟ ପାଣି।

waterlog

କନକ ବ୍ୟୁରୋ: ଲଗାଣ ବର୍ଷାରେ ମାଲକାନଗିରି କାଲିମେଳା ସ୍ଥିତି ବେହାଲ। ଗତ ୨୪ ଘଣ୍ଟାରେ କାଲିମେଳାରେ ୧୨୭ ମିଲିମିଟର ବର୍ଷା ରେକର୍ଡ଼ ହୋଇଛି । ଯାହାଫଳରେ ସବୁଆଡ଼େ ଜଳମଗ୍ନ ସ୍ଥିତି ଦେଖାଦେଇଛି । କାଙ୍ଗୁରୁକୋଣ୍ଡା ପୋଲ ଉପରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ମାଲକାନଗିରିରୁ କାଲିମେଳାକୁ ଯୋଗାଯୋଗ ବିଛିନ ହୋଇପଡିଛି । ୩୨୬ ନମ୍ବର ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି । କାଙ୍ଗୁରୁକୋଣ୍ଡା ଛକରେ ଥିବା ଦୋକାନ ଘର ଗୁଡ଼ିକରେ ପାଣି ପଶିଯାଇଛି ।

ସେହିପରି କନ୍ୟାଶ୍ରମ ପୋଲ ବି ବୁଡିଯାଇଛି । ପୋଲ ଉପରେ ୫ଫୁଟର ବନ୍ୟାଜଳ ପ୍ରବାହିତ , ଫଳରେ କାଲିମେଳାରୁ ଛତିଶଗଡକୁ ଯୋଗାଯୋଗ  ବିଚ୍ଛିନ୍ନ ହୋଇଛି । ସେପଟେ ପୋଟେରୁ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେବା ସହ ବଜାର ଭିତରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ଲଗାଣ ବର୍ଷା ଯୋଗୁଁ କାଲିମେଳା ବାହ୍ୟ ଜଗତରୁ ଏକ ପ୍ରକାର ବିଛିନ୍ନ ହୋଇପଡିଛି । ଗତ ୨୪ ଘଣ୍ଟା ହେଲା କାଲିମେଳାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତ୍ୟବ୍ୟସ୍ତ ହୋଇପଡିଛି । ସେହିପରି ମାଟି ଅତଡା ଧସି ଚିତ୍ରକୋଣ୍ଡା ଘାଟିରେ ରାସ୍ତା ଅବରୋଧ ହୋଇଛି। ବାଲିମେଳା, ମାଲକାନଗିରି ଓ ଜୟପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇପଡ଼ିଛି।


ସ୍ୱାଭିମାନ ଅଞ୍ଚଳରେ ଅସ୍ୱାଭାବିକ ପରିସ୍ଥିତି। ପୁରା ଅଞ୍ଚଳକୁ ପ୍ରଭାବିତ କରିଛି ବର୍ଷା। ଚିତ୍ରକୋଣ୍ଡା ଯୋଡ଼ାଆମ୍ବ ହସ୍ପିଟାଲ ଭିତରେ ବର୍ଷା ପାଣି ପସିବାରୁ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ପାଣି ଭିତରେ ରୋଗୀଙ୍କ ଚିକିତ୍ସା କରୁଛନ୍ତି ଡାକ୍ତର। ଜରୁରୀକାଳିନ ସ୍ଥିତିରେ ରୋଗୀଙ୍କ ସେବା କରିବା ସହ ହସ୍ପିଟାଲରୁ ପାଣି ନିଷ୍କାସନ କରୁଛନ୍ତି ଡାକ୍ତର ଓ କର୍ମଚାରୀ। ହସ୍ପିଟାଲଟି ତଳିଆ ଅଞ୍ଚଳରେ ଥିବା ଯୋଗୁଁ ଅଧିକ ବର୍ଷା ହେଲେ ବାରମ୍ବାର ଡାକ୍ତରଖାନା ଭିତରେ ପାଣି ପଶି ଯାଉଥିବା ଦେଖିବାକୁ ମିଳିଛି।

ଲଗାଣ ବର୍ଷା ଯୋଗୁଁ ପିଲିଗଡ଼ା ଠାରେ ଥିବା ବ୍ରିଜ ଭାଙ୍ଗି ଯାଇଛି। ଗତକାଲି ରାତିରୁ ବ୍ରିଜ ଉପରେ ତିନି ଫୁଟର ପାଣି ବହୁଛି । ପୋଲର ଗୋଟିଏ ପଟ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପ୍ରାୟ ଦୁଇଶହ ମିଟର ରାସ୍ତା ଧୋଇ ଯାଇଛି। ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଯୋଗାଯୋଗ ପାଇଁ ବାଧାପ୍ରାପ୍ତ ହୋଇଛି। ନିକଟରେ ନୂତନ ବ୍ରିଜ ନିର୍ମାଣ କରୁଥିବା ଠିକା ସଂସ୍ଥାର ଜେସିବି, ରୋଡ଼ ରୋଲର ପାଣିରେ ଭାସି ଯାଇଥିବା ଜଣାପଡ଼ିଛି।
ମାଟି ଅତଡା ଖସି ଚିତ୍ରକୋଣ୍ଡା ଘାଟିରେ ରାସ୍ତା ଅବରୋଧ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ମାଟି ଅତଡା ଧସି ରାସ୍ତା ଉପରେ ଗଦା ହୋଇଥିଲା। ଫଳରେ ବାଲିମେଳା, ମାଲକାନଗିରି ଓ ଜୟପୁରକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଥିଲା। ଜେସିବି ଲଗାଇ ରାସ୍ତାରୁ ମାଟି ସଫା କରାଯାଇଛି। ଗମନାଗମନ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ତ୍ୱରିତ ପଦକ୍ଷେପ ନେଇଛି। 

ବାହାରେ ବର୍ଷା ଭିତରେ ଶୋଇଥିଲେ ଲୋକେ। ବର୍ଷା ରାତିରେ ସମସ୍ତେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘରେ ପଶିଲା ବର୍ଷା ପାଣି। ଚିତ୍ରକୋଣ୍ଡା ଟିଡିଆର କଲୋନିରେ ପାଣି ପଶିଯାଇଛି। ବର୍ଷବର୍ଷ ଧରି ଡ୍ରେନ ଗୁଡ଼ିକ ମରାମତି କରାଯାଉନାହିଁ। ଫଳରେ ବର୍ଷା ଜଳ ନିସ୍କାସନ ନହୋଇ ଡ୍ରେନ ପାଣି ଘରେ ପଶୁଥିବା ଅଭିଯୋଗ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe