ବନ୍ଦ ଘରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ : ପାକିସ୍ତାନୀ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ଅଭିନେତ୍ରୀଙ୍କ ଘରୁ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରେ ତାଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଥିଲା । 

AYOSHA KHANA

Photograph: (KANAKNEWS)

କନକବ୍ୟୁରୋ :  ପାକିସ୍ତାନୀ  ଇଣ୍ଡଷ୍ଟ୍ରିରୁ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତ୍ରୀ ଆୟେଶା ଖାନଙ୍କ ଦେହାନ୍ତ ହୋଇଛି । ଅଭିନେତ୍ରୀଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲେ ।  ତାଙ୍କ ମୃତ୍ୟୁର ୭ଦିନ ପରେ, ଅଭିନେତ୍ରୀଙ୍କ ମୃତଦେହ କରାଚୀସ୍ଥିତ ଘରୁ ମିଳିଥିଲା ।  ଅଭିନେତ୍ରୀଙ୍କ ପଡ଼ୋଶୀମାନେ ଏ ବିଷୟରେ ପୁଲିସକୁ ସୂଚନା ଦେଇଥିବା ଜଣାଯାଇଛି । 

ସୂଚନା ଅନୁଯାୟୀ, ଅଭିନେତ୍ରୀଙ୍କ ଘରୁ ଦୁର୍ଗନ୍ଧ ଆସିବା ପରେ ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲା। ଯେଉଁଠାରେ ତାଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଥିଲା । 

ଘଟଣାସ୍ଥଳରେ ଉପସ୍ଥିତ ପୁଲିସ ଏବଂ ଫୋରେନସିକ୍ ଦଳ ପ୍ରକାଶ କରିଛନ୍ତି ଯେ, ଅଭିନେତ୍ରୀଙ୍କ ମୃତ୍ୟୁ ପ୍ରାୟ ଗୋଟିଏ ସପ୍ତାହ ପୂର୍ବରୁ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ, ଅଭିନେତ୍ରୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିନ୍ନା ପୋଷ୍ଟଗ୍ରାଜୁଏଟ୍ ମେଡିକାଲ୍ ସେଣ୍ଟରକୁ ନିଆଯାଇଛି। ଉଲ୍ଲେଖଯୋଗ୍ୟ, ଆୟେଶା ଖାନ ଗତ ଚାରି ଦଶନ୍ଧି ଧରି ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରିଆସୁଥିଲେ । ସେ ଟେଲିଭିଜନ ନାଟକ, ଟେଲିଫିଲ୍ମ ଏବଂ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ୨୦୨୦ରେ ଟିଭି ଶୋ' 'ସୋତେଲି ମମତା'ରେ ପରଦାରେ ଦେଖିବାକୁ ମିଳିଥିଲା।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe