କନକ ବ୍ୟୁରୋ : ‘ଟିଭିର ପାର୍ବତୀ’ ନାଁରେ ପରିଚୟ ପାଇଥିବା ଅଭିନେତ୍ରୀ ସୋନାରିକା ଭଦୋରିଆ ବିବାହ ପରେ ଅଭିନୟ ଜୀବନରୁ ବ୍ରେକ୍ ନେଇଛନ୍ତି । ଦେବୋଁ କେ ଦେବ ମହାଦେବ ଧାରାବାହିକରେ ଦେବୀ ପାର୍ବତୀଙ୍କ ଭୂମିକାରେ ନଜର ଆସି ସେ ଦର୍ଶକଙ୍କ ପ୍ରିୟର ପାତ୍ର ହୋଇପାରିଥିଲେ । ତାଙ୍କର ସୌନ୍ଦର୍ଯ୍ୟ, ଜୀବନ୍ତ ଅଭିନୟ ଏବଂ ମୁଖର ଭାବଭଙ୍ଗୀକୁ ଲୋକ ଖୁବ୍ ପସନ୍ଦ କରୁଥିଲେ । ଏମିତିକି କିଛି ଦିନ ପାଇଁ ଧାରାବାହିକରେ ନଜର ନ ଆସିବାରୁ ଅନେକ ପ୍ରଶଂସକ ଅଭିନେତ୍ରୀଙ୍କୁ ଭେଟିବାକୁ ସେଟ୍ ପର୍ଯ୍ୟନ୍ତ ଚାଲିଯାଇଥିବାର ମଧ୍ୟ ଖବର ଆସିଥିଲା ।
/filters:format(webp)/kanak/media/media_files/2025/09/07/sona-2025-09-07-18-20-22.jpg)
ତେବେ ବର୍ତ୍ତମାନ ସୋନାରିକାଙ୍କ ବିବାହ ସରିଛି ଏବଂ ବିବାହ ପରେ ସେ ମାୟାନଗରୀ ମୁମ୍ବାଇ ଛାଡ଼ି ଦିଲ୍ ୱାଲୋଁ କି ସେହେର୍ ଦିଲ୍ଲୀରେ ଶାଶୁଘରେ ରହୁଛନ୍ତି । ପୁଣିଥରେ ଅଭିନୟ ଆରମ୍ଭ କରିବାକୁ ନେଇ ଅଭିନେତ୍ରୀ କହିଛନ୍ତି ଯେ ସେମିତି କିଛି ଭଲ ପ୍ରୋଜେକ୍ଟ ମିଳିଲେ ସେ ନିଶ୍ଚୟ ଅଭିନୟ କରିବେ । ବର୍ତ୍ତମାନ ସୋନାରିକା ନିଜ ରେଷ୍ଟୁରାଣ୍ଟରେ ଫୋକସ୍ କରୁଛନ୍ତି ଏବଂ ସିନେ କ୍ୟାରିୟରରୁ କିଛି ସମୟ ପାଇଁ ବ୍ରେକ୍ ନେଇଛନ୍ତି । କିନ୍ତୁ ସୋସିଆଲ୍ ମିଡିଆରେ ଅଭିନେତ୍ରୀ ଖୁବ୍ ଆକ୍ଟିଭ ରହିଛନ୍ତି । ସ୍ବାମୀଙ୍କ ସହ ଛୁଟି କାଟିବା ହେଉ କି କୌଣସି ପର୍ବରେ ଭଲ ଗେଟଅପ୍ ନେଲେ ସେ ଏହାର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରନ୍ତି । ନିକଟରେ ସୋନାରିକା ନିଜ ସ୍ବାମୀଙ୍କ ସହ ମିଶି ଗୋଆରେ ଏକ ରେଷ୍ଟୁରାଣ୍ଟ୍ ଖୋଲିଛନ୍ତି । ତେବେ ଗତବର୍ଷ ଅଭିନେତ୍ରୀ ନିଜ ଲଙ୍ଗ୍ ଟାଇମ୍ ବୟଫ୍ରେଣ୍ଡ୍ ବିକାଶ ପରାଶରଙ୍କ ସହ ବିବାହ କରିଥିଲେ । ଦମ୍ପତୀଙ୍କ ଡେଷ୍ଟିନେସନ୍ ୱେଡିଂ ହୋଇଥିଲା , ଯାହାର ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା ।
/filters:format(webp)/kanak/media/media_files/2025/09/07/sona-ss-2025-09-07-18-20-48.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/09/07/sonarika-bhadoria-2025-09-07-18-13-29.jpg)