ଓସ୍କାର ମଞ୍ଚରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା

Advertisment

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା   ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବିଶ୍ବର ସବୁଠାରୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ଏଥର ବିଜେତାଙ୍କୁ ପୁରସ୍କାର ଦେବେ।

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା   ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବିଶ୍ବର ସବୁଠାରୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ଏଥର ବିଜେତାଙ୍କୁ ପୁରସ୍କାର ଦେବେ।

priyanka

Photograph: (kanaknews)

କନକବ୍ୟୁରୋ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା   ପ୍ରଶଂସକଙ୍କୁ ଏକ ଖୁସି ଖବର ଦେଇଛନ୍ତି। ବିଶ୍ବର ସବୁଠାରୁ ସମ୍ମାନଜନକ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ସେ ଏଥର ବିଜେତାଙ୍କୁ ପୁରସ୍କାର ଦେବେ। ରବର୍ଟ ଡାଉନି ଜୁନିରଅ, ଆନି ହାଥୱେ, ଗ୍ବେନ୍‌ଥ ପାଲ୍‌ଟ୍ରୌ, ଵିଲ୍‌ ଆର୍ନେଟ୍‌ଙ୍କ ପରି ବିଶ୍ବପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ଦେଶୀଗର୍ଲ ମଧ୍ୟ ଓସ୍କାର ମଞ୍ଚରେ ଦେଖାଦେବେ। ଏ ବର୍ଷ ପ୍ରିୟଙ୍କା ଅନ୍ତର୍ଜାତୀୟ ପ୍ରସିଦ୍ଧିର ଗୋଟିଏ ପରେ ଗୋଟିଏ ସୋପାନ ଚଢ଼ିଚାଲିଛନ୍ତି। ସେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ଆଵାର୍ଡସ୍‌ କାର୍ଯ୍ୟକ୍ରମରେ ମଧ୍ୟ ଏକ ପୁରସ୍କାର ଦେଇଥିଲେ ।

ଅଧିକ ପଢନ୍ତୁ..ଆମକୁ ଆଉ ସେମାନଙ୍କର ଆବଶ୍ୟକତା ନାହିଁ: ଇରାନ ଯୁଦ୍ଧ ମଧ୍ୟରେ ୟୁକେକୁ ଟ୍ରମ୍ପଙ୍କ ସ୍ପଷ୍ଟ ବାର୍ତ୍ତା

ଆସନ୍ତା ୧୫ ତାରିଖରେ ଲସ୍‌ ଆଞ୍ଜେଲସ୍‌ରେ ଆୟୋଜିତ ହେବାକୁ ଯାଉଥିବା ୯୮ତମ ଏକାଡେମି ଆଵାର୍ଡସ୍‌ରେ ପ୍ରିୟଙ୍କା ଭାରତର ପ୍ରତିନିଧିତ୍ବ କରିବେ। ତେବେ ପ୍ରିୟଙ୍କାଙ୍କ ପାଇଁ ଓସ୍କାର ମଞ୍ଚ ଚଢ଼ିବା ନୂଆ କଥା ନୁହେଁ, ୨୦୧୬ରେ ସେ ‘ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ପାଦନା’ ପୁରସ୍କାର ପ୍ରଦାନ କରିଥିଲେ ତ ୨୦୨୧ରେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହିତ ଓସ୍କାର ପୁରସ୍କାର ଦୌଡ଼ରେ ଥିବା ପ୍ରତିଯୋଗୀଙ୍କ ନାମ ଘୋଷଣା କରିଥିଲେ। ଶେଷ ଥର ପାଇଁ  ‘ଦି ବ୍ଲଫ୍‌’ ଚଳଚ୍ଚିତ୍ରରେ ପ୍ରିୟଙ୍କାଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କ ଅଭିନୀତ ‘ସିଟାଡେଲ୍‌’ ସିରିଜ୍‌ର ଦ୍ବିତୀୟ ସଂସ୍କରଣ ଏବଂ ‘ଜଜ୍‌ମେଣ୍ଟ ଡେ’ ନାମକ କମେଡି ଚଳଚ୍ଚିତ୍ର ଆସିବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe