କନକ ବ୍ୟୁରୋ: ଫିଲ୍ମ 'ଦି ବେଙ୍ଗଲ ଫାଇଲ୍ସ' ପଶ୍ଚିମବଙ୍ଗ ଫିଲ୍ମ ହଲରେ ରିଲିଜ୍ ହେଉନାହିଁ । ଫଳରେ ପ୍ରଯୋଜକ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକ ଚିଠି ଲେଖି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଶାସକ ଦଳର କର୍ମୀମାନେ ଥିଏଟର ମାଲିକମାନଙ୍କୁ ଧମକ ଦେଉଥିବାରୁ ବଙ୍ଗରେ ଏହି ଫିଲ୍ମ ପ୍ରଦର୍ଶୀତ ହୋଇପାରୁନି ।
ଏବେ ରିଲିଜ୍ ହୋଇଛି ’ଦି ବେଙ୍ଗଲ ଫାଇଲ୍ସ’ । ବେଙ୍ଗଲରେ ଏହାର ପ୍ରଦର୍ଶନକୁ ବନ୍ଦ କରାଯାଇଥିବାରୁ ରାଷ୍ଟ୍ରପତିଙ୍କୁ ପଲ୍ଲବୀ ଚିଠିରେ ଲେଖିଛନ୍ତି, ’ ଫିଲ୍ମ ମାଲିକମାନେ ଅସହାୟ। ଏ ଫିଲ୍ମ ପ୍ରଦର୍ଶନ କରିବାକୁ ସେମାନଙ୍କୁ ତାଗିଦ୍ କରାଯାଇଛି ।ଶାସକ ଦଳର କର୍ମୀଙ୍କ ଭୟରେ ସେମାନେ ଏ ଫିଲ୍ମର ପ୍ରଦର୍ଶନ କରିବାକୁ ମନା କରୁଛନ୍ତି । ଚଳିଚଚ୍ଚିତ୍ର ଉପରେ କୌଣସି ସରକାରୀ ପ୍ରତିବନ୍ଧକ ନାହିଁ । ତଥାପି କିଛି ଅସହିଷ୍ଣୁ ଗୋଷ୍ଠୀଙ୍କ ଚାପ ଯୋଗୁଁ ପଶ୍ଚିମବଙ୍ଗର ଲୋକେ ଏ ଫିଲ୍ମ ଦେଖିପାରୁନହାନ୍ତି ’ ।
’ଦି ବେଙ୍ଗଲ ଫାଇଲ୍ସ’ରେ ନୋଆଖାଲି ଟ୍ରାଜେଡି ଓ ବିଭାଜନର ଯନ୍ତ୍ରଣା ଦେଖାଯାଇଛି । ପଲ୍ଲବୀ କହିଛନ୍ତି, ଏ ଫିଲ୍ମରେ ବାସ୍ତବତାକୁ ଦେଖାଯାଇଛି । ହେଲେ ସତ୍ୟତାକୁ ବି ସୁରକ୍ଷା ଆବଶ୍ୟକ । ତେଣୁ ଏ ଫିଲ୍ମକୁ ସାମ୍ବିଧାନିକ ସୁରକ୍ଷା ଦିଆଯାଉ ବୋଲି ଅପିଲ କରିଛନ୍ତି ପଲ୍ଲବୀ ଯୋଶୀ ।