କନକ ବ୍ୟୁରୋ: ବଲିଉଡର ହସିନା … ୨୦୦୩ରେ ଡେବ୍ୟୁ କଲେ ସବୁ ପ୍ରକାର କ୍ୟାରେକ୍ଟରକୁ ନିଖୁଣ ଭାବେ ଉତାରିଲେ , କେଇଟା ବର୍ଷରେ କୋଟିକୋଟି ଫ୍ୟାନ୍ ଫଲୋୟର୍ସ ସାଉଁଟିଲେ । କିନ୍ତୁ କ୍ୟାରିୟରର ପିକ୍ ଟାଇମରେ ଆକ୍ଟିଂକୁ ଅଲବିଦା କହିଦେଲେ ।
ଅଭିନେତ୍ରୀ ରିମି ସେନ୍ । ଗୋଟେ ସମୟ ଥିଲା ଯେତେବେଳେ ହିରୋଇନ ମାନଙ୍କ ଭିତରେ ଆଗ ଧାଡ଼ିରେ ଥିଲେ ରିମି । ୨୦୦୩ରେ ଫିଲ୍ମ ହଙ୍ଗାମାରେ ଡେବ୍ୟୁ କଲେ । ଫିଲ୍ମ ହିଟ୍ ହେଲା । ଏହି ଫିଲ୍ମ ହିଁ ରିମିଙ୍କୁ ବଲିଉଡରେ ନେମ୍ ଆଉ ଫେମ୍ ଦେଲା । । ଏହାପରେ ତାଙ୍କୁ ବଡ଼ ବଜେଟର ଫିଲ୍ମ ମିଳିବାକୁ ଲାଗିଲା ।
ରିମି ସେନ୍ ଯାହାଙ୍କ ପ୍ରକୃତ ନାଁ ଶୁଭମିତ୍ରା ସେନ୍ ଜଣେ ଅଭିନେତ୍ରୀ ସହ ଜଣେ ପ୍ରଯୋଜକ ମଧ୍ୟ । ୧୯୮୧ ସେପ୍ଟେମ୍ବର ୨୧ରେ କୋଲକାତାରେ ରିମି ନିଜର କ୍ୟାରିୟରର ଆରମ୍ଭ ମଡେଲିଙ୍ଗରୁ ଆରମ୍ଭ କରିଥିଲେ । ୨୦୦୩ରେ ଫିଲ୍ମ ହଙ୍ଗାମା ପରେ ଧୁମ୍, ଗୋଲମାଲ, ଫିର୍ ହେରା ଫେରି, କ୍ୟୁଁକି ପରି ସୁପରହିଟ୍ ମୁଭିରେ ନିଜ ଅଭିନୟର ଛାପ ଛାଡ଼ିଲେ । ନିଜର ସୁନ୍ଦରତା ଓ କମିକ୍ ଟାଇମିଙ୍ଗ୍ ପାଇଁ ୨୦୦୦ ଦଶକରେ ଦର୍ଶକଙ୍କ ହୃଦୟ ଜିତିଲେ । ୨୦୧୫ରେ ରିଆଲିଟି ସୋ’ ବିଗ୍ ବସରେ ସିଜିନ୍ ୯ରେ ନଜର ଆସିଥିଲେ ରିମି । ନିଜ ଜୀବନରେ ଆଶ୍ଚର୍ଯ୍ୟ କଲାଭଳି ଅନେକ ନିଷ୍ପତ୍ତି ନେଇଛନ୍ତି ରିମି ।
ନିକଟରେ ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ରିମି ନିଜ କ୍ୟାରିୟରକୁ ନେଇ ଖୁଲାସା କରିଛନ୍ତି । କହିଛନ୍ତି, ମୁଁ ନିଜେ ମୋ କ୍ୟାରିୟରକୁ ବର୍ବାଦ କରିଛି’ । ତାଙ୍କ କ୍ୟାରିୟରରେ ଯାହା ବି ଘଟିଛି ସେଥିପାଇଁ ସେ ନିଜେ ବର୍ବାଦ ବୋଲି କହିଛନ୍ତି । ବଲିଉଡର ଲିଡ୍ ଆକ୍ଟର ସଲମାନ୍ ଖାନ୍, ଅକ୍ଷୟ ଖାନ୍ନା, ଅଜୟ ଦେବଗନଙ୍କ ସହ ଅଭିନୟ କରିଛନ୍ତି । କିନ୍ତୁ ସମୟ କ୍ରମେ ଏକାଧିକ ଫିଲ୍ମରେ ତାଙ୍କୁ ଏକାଭଳି କ୍ୟାରେକ୍ଟର ଅଫର କରାଗଲା । ଫଳରେ ସେ ଆକ୍ଟିଂ ପ୍ରତି ତାଙ୍କର ବିରକ୍ତି ଭାବ ଆସିଥିଲା ଏବଂ ଅକ୍ଟିଂକୁ ଅଲବିଦା କହିଥିଲେ ରିମି ।
ଅନ୍ୟ ଭାଷାର ଫିଲ୍ମରେ ଅଭିନୟ କରିସାରିଥିବା ରିମି ଓଡ଼ିଆ ଫିଲ୍ମ ବୁଦ୍ଧିଆ ସିଂରେ ପ୍ରଯୋଜନା କରିଛନ୍ତି । ସବୁବେଳେ ଭଲ ସ୍କ୍ରିପ୍ଟ ଦିଅନ୍ତି ରିମି । ଆଗକୁ ବି ଭଳ ଓଡ଼ିଆ ଫିଲ୍ମର ସ୍କ୍ରିପ୍ଯ ମିଳିଲେ ପ୍ରଯୋଜନା କରିବେ ବୋଲି କହିଥିଲେ ରିମି । ତେବେ ଜୀବନରେ ଫ୍ୟାସନକୁ ଗୁରୁତ୍ବ ଦିଅନ୍ତି ସେ । ତାଙ୍କ କହିବା କଥା ଫ୍ୟାସନ ମାନେ ନୁହେଁ କିଛି ହାଇ ଡିଜାଇନ୍ ଓ ଦାମୀ ଡ୍ରେସ୍ ପନ୍ଧି ବାହାରିବା ବରଂ ନିଜକୁ ସହଜ ଲାଗୁଥିବା ପୋଷାକୁ ଢ଼ଙ୍ଗରେ ପିନ୍ଧି ନିଜ ଭିତରେ ଆତ୍ମବିଶ୍ବାସ ଅନୁଭବ କରିବା ହେଉଛି ଫ୍ୟାସନ । ବଲିଉଡରେ କେବେ ଗଡଫାଦର ସିଷ୍ଟମ୍ ଉପରେ ବିଶ୍ବାସ କରୁନଥିବା ରିମି ଭାରି ସ୍ବାଭିମାନୀ ।