କନକବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧିହେଲେ ଓଲିଉଡର ଚୁଲବୁଲି ନାୟିକ ଏଲିନା ସାମନ୍ତରାୟ । ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ପ୍ରେମିକ ଅନୁରାଗ ପଣ୍ଡାଙ୍କ ହାତ ଧରିଛନ୍ତି ଏଲିନା । ଦୀର୍ଘ ସମୟ ଧରି ପ୍ରେମ ସଂପର୍କରେ ରହିବା ପରେ ଦୁହେଁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ଉପସ୍ଥିତ ରହିଥିଲେ ।
ଏଲିନା ଓ ଅନୁରାଗଙ୍କ ବିବାହ ଖବର ସମସ୍ତଙ୍କୁ ଚମକେଇ ଦେଇଛି । ଏଲିନା ଏକ ରିଅଲିଟି ସୋରୁ ବିଜେତା ହୋଇ ୨୦୧୫ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଇସ୍କୁ ତୁହି ତୁ । ଏହାପରେ ଅନେକ ଓଡ଼ିଆ ଓ ବଙ୍ଗଲା ଫିଲ୍ମରେ ଅଭିନୟ କରି ଢେର ପ୍ରଶଂସା ସାଉଁଟିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/18/jMgcznjNMvS3NWidKeGq.jpg)