କନକ ବ୍ୟୁରୋ : ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାରେ ୨ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ। ଗାଜିଆବାଦର ଟ୍ରୋନିକା ସିଟି ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ୟୁପି ଏସଟିଏଫ୍, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ ହରିୟାଣା ଏସଟିଏଫ୍ ମିଳିତ ଭାବେ ଏହି ଅପରେସନ୍ ଚଳାଇଥିଲେ । ମୃତକ ହେଉଛନ୍ତି ରୋହତକ୍ର ରବୀନ୍ଦ୍ର ଓରଫ୍ କଲ୍ଲୁ ଓ ସୋନିପତର ଅରୁଣ। ଏହି ଦୁଇ ଜଣ ଗୋଲଡି ବ୍ରାର ଗ୍ୟାଙ୍ଗର ସଦସ୍ୟ ଥିଲେ। ଗତକାଲି ସନ୍ଧ୍ୟାରେ ୨ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପିଛା କରିଥିଲା। ତେବେ ତାଙ୍କୁ ଅଟକିବାକୁ କହିଥିଲେ ସୁଦ୍ଧା ସେମାନେ ଓଲଟା ପୁଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଜବାବରେ ପୁଲିସ ମଧ୍ୟ ୨ ଅଭିଯୁକ୍ତଙ୍କ ଉପରେ ଗୁଳିମାଡ଼ କରିଥିଲା। ଏହି ଦୁଇ ସୁଟର ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିବା ଏସଟିଏଫ୍ ପକ୍ଷରୁ କୁହାଯାଇଛି। ଗତ ୧୨ ତାରିଖ ଭୋର ସମୟରେ ବାଇକରେ ଆସିଥିବା ୨ ଜଣ ଅପରାଧୀ ଦିଶା ପଟାନୀଙ୍କ ଘର ଉପରକୁ ୯ ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏହି ଘଟଣା ପରେ ଦିଶା ପଟାନୀଙ୍କ ବାପାଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଆଶ୍ବସ୍ତ କରିଥିଲେ।
ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ଼ ମାମଲା, ୨ ଅଭିଯୁକ୍ତ ଏନକାଉଣ୍ଟରରେ ମୃତ, ଗତ ୧୨ ତାରିଖରେ ୯ ରାଉଣ୍ଡ ଗୁଳିମାଡ଼ କରିଥିଲେ ଗୋଲଡି ବ୍ରାର ଗ୍ୟାଙ୍ଗର ୨ ଗ୍ୟାଙ୍ଗଷ୍ଟର
ସିଟି ଅଞ୍ଚଳରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଦୁଇ ଅଭିଯୁକ୍ତ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି। ୟୁପି ଏସଟିଏଫ୍, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଓ ହରିୟାଣା ଏସଟିଏଫ୍ ମିଳିତ ଭାବେ ଏହି ଅପରେସନ୍ ଚଳାଇଥିଲେ ।
/kanak/media/media_files/2025/09/18/24-2025-09-18-10-47-13.jpg)