ବାପା ପୋଲିସ ଝିଅ ସ୍ମଗଲର ; ୧୫ କେଜି ସୁନା ସହ ଧରାପଡିଲେ ରାନ୍ୟା ରାଓ

ଅର୍ନ୍ତଜାତୀୟ ବିମାନବନ୍ଦରରୁ ନାୟିକା ଗିରଫ । ସୁନା ସ୍ମଗଲିଂ କରୁଥିବାବେଳେ ଧରାପଡିଛନ୍ତି କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ ।କଷ୍ଟମ ଡିପାଟମେଣ୍ଟର ଯାଂଚ ସମୟରେ ଅନୟାଙ୍କ ପୋଷାକୁ ସୁନା ବିସ୍କୁଟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି।

deshVidesh

deshVidesh Photograph: (kanakNews)


କନକ ବ୍ୟୁରୋ: ଅର୍ନ୍ତଜାତୀୟ ବିମାନବନ୍ଦରରୁ ନାୟିକା ଗିରଫ । ସୁନା ସ୍ମଗଲିଂ କରୁଥିବାବେଳେ ଧରାପଡିଛନ୍ତି କନ୍ନଡ ସିନେ ଅଭିନେତ୍ରୀ ରାନ୍ୟା ରାଓ ।କଷ୍ଟମ ଡିପାଟମେଣ୍ଟର ଯାଂଚ ସମୟରେ ଅନୟାଙ୍କ ପୋଷାକୁ ସୁନା ବିସ୍କୁଟ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି। 

ସୁନା ଚୋରା ଚାଲାଣ ଅଭିଯୋଗରେ ବିମାନବନ୍ଦରରେ ଅଭିନେତ୍ରୀଙ୍କୁ ଧରାଯାଇଥିଲା। ତଲାସି ସମୟରେ ତାଙ୍କଠାରୁ ୧୪.୮ କିଲୋଗ୍ରାମ ସୁନା ଜବତ କରାଯାଇଥିଲା।ଏହା ପରେ ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ ତାଙ୍କୁ ଗିରଫ କରିଥିଲା।ତାଙ୍କୁ ଗିରଫ କରାଯିବା ପରେ, ତାଙ୍କୁ ଅର୍ଥନୈତିକ ଅପରାଧ ଅଦାଲତରେ ହାଜର କରାଯାଇଥିଲା। ହାଜର ହେବା ପରେ ଅଭିନେତ୍ରୀଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଅଧିକାରୀଙ୍କ ଅନୁଯାୟୀ, 

-ରାନ୍ୟା ଦୁବାଇରୁ ଏମିରେଟ୍ସ ବିମାନରେ ଭାରତ ଆସିଥିଲେ
-ଡ୍ରେସ୍‌ରେ ଲୁଚାଇ ୧୪.୮ କିଲୋଗ୍ରାମ ସୁନା ଆଣିଥିଲେ 
-ରାନ୍ୟା ଦୁବାଇରୁ ସୁନା ଚୋରାଚାଲାଣ କରୁଥିଲେ
-ପୋଲିସ ରାନ୍ୟାଙ୍କ ବାରମ୍ବାର ଅନ୍ତର୍ଜାତୀୟ ଯାତ୍ରା ଉପରେ ନଜର ରଖିଥିଲା।
-ଅଭିନେତ୍ରୀ ଜଣକ ୧୫ ଦିନ ମଧ୍ୟରେ ଚାରିଥର ଦୁବାଇ ଯାଇଥିଲେ
-ପୋଲିସ ତାଙ୍କ ଉପରେ ସନ୍ଦେହ କରିଥିଲା 
-ସୁଯୋଗ ପାଇବା ମାତ୍ରେ ଅଭିନେତ୍ରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା
-ରାନ୍ୟା ରାଓ ଫିଲ୍ମ ‘ମାଣିକ୍ୟ’ ପାଇଁ ଜଣାଶୁଣା। 
-ଫିଲ୍ମରେ ସେ କନ୍ନଡ ସୁପରଷ୍ଟାର ସୁଦୀପଙ୍କ ସହ ନଜର ଆସିଥିଲେ
-ସେ କର୍ନାଟକର ବରିଷ୍ଠ ଆଇପିଏସ ଅଧିକାରୀ କେ.ରାମଚନ୍ଦ୍ର ରାଓଙ୍କ ଝିଅ
-ରାମଚନ୍ଦ୍ର ରାଓ କର୍ନାଟକ ରାଜ୍ୟ ପୋଲିସ ହାଉସିଂ କର୍ପୋରେସନରେ ଡିଜିପି ଭାବରେ କାର୍ୟ୍ୟରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe