ବିଧାନସଭା ନିର୍ବାଚନ ପାଇଁ ସରଗରମ ତାମିଲନାଡୁ, ତିରଚିରୁ ବିଜୟଙ୍କ ବିଶାଳ ରାଲି ଆରମ୍ଭ

ତିରଚିରୁ ବିଜୟଙ୍କ ବିଶାଳ ରାଲି ଆରମ୍ଭ । ୯୮ଦିନ ଧରି ଜିଲ୍ଲାରୁ ଜିଲ୍ଲା ବୁଲିବ ଟିଭିକେ ରଥ ।

ସରଗରମ ତାମିଲନାଡୁ ରାଜନୀତି

ସରଗରମ ତାମିଲନାଡୁ ରାଜନୀତି Photograph: (KanakNews)

କନକ ବ୍ୟୁରୋ;  ତାମିଲ ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟ ଆଜିଠୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ତିରୁଚରପଲ୍ଲୀ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଚାର ଅଭିଯାନ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ଅନୁଷ୍ଠିତ ହେବ । ଏହି ପ୍ରଚାର ଅଭିଯାନ ୯୮ ଦିନ ଧରି ଚାଲିବ ଓ  ଡିସେମ୍ବର ୨୦ ତାରିଖରେ ମଦୁରାଇରେ ଶେଷ ହେବ ।

ଉଭୟ ଶାସକ ଡିଏମକେ ଓ ବିରୋଧୀ ଏଆଇଏଡିଏମକେକୁ ବିରୋଧ କରୁଥିବାରୁ ବିଜୟ ତାଙ୍କ ନେତୃତ୍ବ ଜରିଆରେ ଏକ ରାଜନୈତିକ ମେଣ୍ଟ ଗଠନ ବୋଲି ପୂର୍ବରୁ ଘୋଷଣା କରିଥିଲେ । ୨୦୨୬ ତାମିଲନାଡୁ ନିର୍ବାଚନ ହେବ । ତେଣୁ ଏବେଠାରୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ଯଥାକ୍ରମେ ଡିଏମକେ ଓ ଏଆଇଏଡିଏମକେ ପାଇଁ ବିଭିନ୍ନ ଜିଲ୍ଲାଗସ୍ତ ଆରମ୍ଭ କରିଛନ୍ତି ।ଏହି କ୍ରମରେ ବିଜୟ ତାଙ୍କ ନୂଆ ଦଳ ଟିଭିକେ ପାଇଁ ପ୍ରଚାର ଅଭିଯାନ ରାଜ୍ୟର ରାଜନୈତିକ ପାଣିପାଗକୁ ଆହୁରି ଉଷ୍ମ କରିବ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe