କନକ ବ୍ୟୁରୋ; ତାମିଲ ସୁପରଷ୍ଟାର ତଥା ଟିଭିକେ ମୁଖ୍ୟ ବିଜୟ ଆଜିଠୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ତିରୁଚରପଲ୍ଲୀ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଚାର ଅଭିଯାନ ସପ୍ତାହର ପ୍ରତ୍ୟେକ ଶନିବାର ଦିନ ଅନୁଷ୍ଠିତ ହେବ । ଏହି ପ୍ରଚାର ଅଭିଯାନ ୯୮ ଦିନ ଧରି ଚାଲିବ ଓ ଡିସେମ୍ବର ୨୦ ତାରିଖରେ ମଦୁରାଇରେ ଶେଷ ହେବ ।
ଉଭୟ ଶାସକ ଡିଏମକେ ଓ ବିରୋଧୀ ଏଆଇଏଡିଏମକେକୁ ବିରୋଧ କରୁଥିବାରୁ ବିଜୟ ତାଙ୍କ ନେତୃତ୍ବ ଜରିଆରେ ଏକ ରାଜନୈତିକ ମେଣ୍ଟ ଗଠନ ବୋଲି ପୂର୍ବରୁ ଘୋଷଣା କରିଥିଲେ । ୨୦୨୬ ତାମିଲନାଡୁ ନିର୍ବାଚନ ହେବ । ତେଣୁ ଏବେଠାରୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ଯଥାକ୍ରମେ ଡିଏମକେ ଓ ଏଆଇଏଡିଏମକେ ପାଇଁ ବିଭିନ୍ନ ଜିଲ୍ଲାଗସ୍ତ ଆରମ୍ଭ କରିଛନ୍ତି ।ଏହି କ୍ରମରେ ବିଜୟ ତାଙ୍କ ନୂଆ ଦଳ ଟିଭିକେ ପାଇଁ ପ୍ରଚାର ଅଭିଯାନ ରାଜ୍ୟର ରାଜନୈତିକ ପାଣିପାଗକୁ ଆହୁରି ଉଷ୍ମ କରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/13/tamilnadu-2025-09-13-20-41-05.jpg)