ଅଭିନେତା ଟିକୁ ତଲାସାନିଆ ଅସୁସ୍ଥ ; ବ୍ରେନଷ୍ଟ୍ରୋକ ପରେ ହସ୍ପିଟାଲରେ ଭର୍ତ୍ତି

ଅଭିନେତା ଟିକୁ ତଲାସାନିଆ ଅସୁସ୍ଥ । ବ୍ରେନଷ୍ଟ୍ରୋକ ପରେ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି । କଳାକାରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବା ସୂଚନା 

tiku

କନକ ବ୍ୟୁରୋ :  ‘ଅନ୍ଦାଜ ଅପନା ଅପନା’ ଭଳି ସିନେମାରେ ନିଜର ଆଇକନିକ୍ ହାସ୍ୟ ଅଭିନେତା ଭୂମିକା ପାଇଁ ଜଣାଶୁଣା ଟିକୁ ତଲସାନିଆ ଏବେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ଏହି ଅଭିନେତାଙ୍କୁ ହୃଦ୍‌ଘାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା, କିନ୍ତୁ ଏବେ ଜଣାପଡିଛି ଯେ ବାସ୍ତବରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି । ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ରାଜେଶ ବାସନି କହିଛନ୍ତି, ଟିକୁ ତଲସାନିଆଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି । ଏବେ ତାଙ୍କ ସ୍ବାସ୍ଥଶବସ୍ଥା ଗୁରୁତର ରହିଛି ବୋଲି ମଧ୍ୟ ସୂଚନପପା ରହିଛି ।

୯୦ ଦଶକର ‘ଅନ୍ଦାଜ ଅପନା ଅପନା’, ‘କୁଲି ନଂ-୧’ ଏବଂ ‘ଯୋଡ଼ି ନଂ-୧’ ଭଳି ଅତ୍ୟନ୍ତ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିବା ତଲସାନିଆ ଗତବର୍ଷ ଏକ ସାକ୍ଷାତକାରରେ  ତାଙ୍କ କଳାକାର ଜୀବନ ନେଇ ଅନେକ ରୋଚକ ତଥ୍ୟ ପ୍ରଦାନ କରିଥିଲେ । ନିକଟରେ ଚିନ୍ମୟ ପୁରୋହିତଙ୍କ ନିର୍ଦ୍ଦେଶିତ ଓ ଲିଖିତ ଫିଲ୍ମ ‘ବାର ତହେୱାର’ରେ ଟିକୁଙ୍କୁ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe