କନକ ବ୍ୟୁରୋ : ପୁଣି ଥରେ ଅଭିନେତା ସଲମାନ ଖାନଙ୍କୁ ଧମକ । ମଙ୍ଗଳବାର ମୁମ୍ବାଇ ଟ୍ରାଫିକ  ପୋଲିସକୁ  ଆସିଛି ଧମକପୂର୍ଣ୍ଣ କଲ । ଦୁବୁର୍ତ୍ତ ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ କହି ଧମକ ଦେଇଥିବା ସୂଚନା ମିଳିଛି । ତେବେ ଫୋନକଲର ସତ୍ୟତା କେତେ ରହିଛି ଏନେଇ ଯାଂଚ କରୁଛି ମୁମ୍ବାଇ ପୁଲିସ । ଧମକ ଦେଇଥିବା ବ୍ୟକ୍ତି ସଲମାନଙ୍କୁ ଜୀବନ ବଂଚାଇବାକୁ ଦୁଇଟି ବିକଳ୍ପ ଦେଇଛି । ହନୁମାନ ମନ୍ଦିର ଯାଇ କ୍ଷମା ମାଗନ୍ତୁ କିମ୍ବା ୫କୋଟି ଟଙ୍କା ଦିଅନ୍ତି । ଯଦି କଥା ନମାନିବେ ତେବେ ବିଷ୍ଣୋଇ ଗ୍ୟାଙ୍ଗ ସଲମାନଙ୍କୁ ହତ୍ୟା କରିବେ ବୋଲି ଧମକ ମିଳିଛି । ନିକଟରେ ସଲମାନଙ୍କୁ ଧମକ ଦେଇ ଉତ୍ତରପ୍ରଦେଶ ଜଣେ ଯୁବକଙ୍କୁ ଦିଲ୍ଲୀରେ ଗିରଫ କରାଯାଇଥିଲା । କିଛି ଦିନ ହେବ ସଲମାନଙ୍କୁ ଲଗାତାର ଧମକ ମିଳୁଛି । ତେବେ ଘରଠୁ ନେଇ ସୁଟିଂ ସେଟ ସବୁଠି କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି