କନକ ବ୍ୟୁରୋ: ବର୍ତ୍ତମାନ ନିଜ ଫିଟ୍ନେସ୍କୁ ନେଇ ଚର୍ଚ୍ଚାରେ ରହିଛନ୍ତି ଲୋକପ୍ରିୟ ଟେଲିଭିଜନ ଅଭିନେତା ରାମ କପୁର । କାରଣ ଇତିମଧ୍ୟରେ ରାମ କପୁର ୫୫କିଲୋ ଓଜନ ହ୍ରାସ କରି ବେଶ ଫିଟ୍ ଦେଖାଯାଉଛନ୍ତି । ତେବେ ଓଜନ ହ୍ରାସ କରିବା ପୂର୍ବରୁ ଓ ଓଜନ ହ୍ରାସ କରିବା ସମୟରେ ରାମ କପୁରଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା ବୋଲି ଅଭିନେତା ନିଜେ ସ୍ବୀକାର ବି କରିଛନ୍ତି ।
ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ରାମ କପୁର ନିଜର ଓଜନ ହ୍ରାସ ଯାତ୍ରାକୁ ବଖାଣି କହିଛନ୍ତି, ‘ଡାକ୍ତର ମୋ ସ୍ବାସ୍ଥ୍ୟ ଓ ବଢ଼ୁଥିବା ଓଜନକୁ ନେଇ ସଚେତନ କରାଇ ଦେଇଥିଲେ କି ଯଦି ଆଗାମୀ ଦିନରେ ମୁଁ ଓଜନ ହ୍ରାସ ନକରେ ତେବେ ମୋ ଜୀବନ ପ୍ରତି ବିପଦ ରହିଛି ।
ଏମିତି ବି ଦିନ ଥିଲା ଯେତେବେଳେ ରାମ କପୁରଙ୍କ ଓଜନ ୧୪୦କିଲୋ ହୋଇଯାଇଥିଲା । ଖାଇବା ପୂର୍ବରୁ ଦିନରେ ତିନିଥର ଇନସ୍ୟୁଲିନ ନେଉଥିଲେ । କୌଣସି ମୁହୂର୍ତ୍ତରେ ଡାଇବେଟିକ ଷ୍ଟ୍ରୋକ୍ ହେବାର ଆଶଙ୍କା ରହିଥିଲା । ତେଣୁ ଡାକ୍ତରଙ୍କ ଚେତାବନୀ ପରେ ସେ ଧୀରେଧୀରେ ନିଜ ଜୀବନଶୈଳୀ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ । ଓଜନ ହ୍ରାସ କରିବା ଦିଗରେ ଦୃଢ଼ ସଂକଳ୍ପ ନେଇଥିଲେ ରାମ କପୁର । ଯାହାର ଫଳାଫଳ ଆଜି ସମସ୍ତଙ୍କ ସାମ୍ନାରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/07/07/ram-kapoor-2025-07-07-09-38-03.jpg)