ସାକ୍ଷାତକାର ବେଳେ ରାମ କପୁରଙ୍କ ଅଶ୍ଳୀଳ ମନ୍ତବ୍ୟ, ପ୍ରମୋସନରୁ ବାଦ ପଡ଼ିଲେ

ଆପତ୍ତିଜନକ ବୟାନ ଦେଇ ୱେବ୍‌ ନିଜର ୱେବ୍‌ ସିରିଜ୍‌ ପ୍ରମୋସନରୁ ବାଦ ପଡ଼ିଲେ ଅଭିନେତା ରାମ କପୁର । ଜଣେ ମହିଳା ସାମ୍ବାଦିକା ରାମଙ୍କ ପୋଷାକରେ ମାଇକ୍ ଲଗାଇବା ବେଳେ… 

Ram Kapoor-

କନକ ବ୍ୟୁରୋ: ଏକ ୱେବ୍‌ ସିରିଜ୍‌ର ପ୍ରମୋସନ କାର୍ଯ୍ୟକ୍ରମରେ ଯୋଗ ଦେଇ ବିବାଦୀୟ ଓ ଅଶ୍ଳୀଳ ମନ୍ତବ୍ୟ ଦେଇ ଫସିଲେ ଅଭିନେତା ରାମ କପୁର । ରାମ କପୁର ଏବଂ ମୋନା ସିଂହ ପ୍ରମୋସନ ପାଇଁ ମୁମ୍ବାଇର ଜେଡବ୍ଲୁ ମ୍ୟାରିଅଟ୍ ହୋଟେଲରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ରାମ କପୁର ବିବାଦୀୟ ତଥା ଅଶ୍ଲୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।

ଜିଓ ହଟଷ୍ଟାରର ପିଆର ଟିମ୍ ସହିତ କଥାବାର୍ତ୍ତା ସମୟରେ ରାମ କପୁର ଜଣେ ମହିଳାଙ୍କ ପୋଷାକ ଦେଖି କିଛି ଆପତ୍ତିଜନକ ବୟାନ ଦେଇଛନ୍ତି ।  ଏହାକୁ ନେଇ ଜିଓ ହଟଷ୍ଟାରର ଟିମ୍ ସଦସ୍ୟ କହିଛନ୍ତି ଯେ ରାମ କପୁରଙ୍କ ଏପରି ଅଶ୍ଳୀଳ ମନ୍ତବ୍ୟ ଦେଖି ପୂରା ଟିମ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ବାସ୍ତବରେ ରାମ କପୁର ପାଇଁ ଏକ ସାଧାରଣ ସାକ୍ଷାତକାର ପାଇଁ ପହଞ୍ଚିଥିଲେ ।

ଜଣେ ମହିଳା ସାମ୍ବାଦିକା ରାମଙ୍କ ପୋଷାକରେ ମାଇକ୍ ଲଗାଇଥିଲେ । ଏହି ସମୟରେ ରାମ କହିଥିଲେ, ‘ଯେମିତି ଲାଗୁଛି ମୋ ସହିତ ଏବେ ଗଣଦୁଷ୍କର୍ମ ହେଉଛି ।‘ ଏହାପରେ ରାମ କପୁର ଉକ୍ତ କାର୍ଯ୍ୟକ୍ରମରେ ଜଣେ ପୁରୁଷ ସଦସ୍ୟଙ୍କ ସହ ଥଟ୍ଟା ପରିହାସ ଆଳରେ ନିଜ ମାଆଙ୍କୁ ନେଇ ବିବାଦୀୟ ବୟାନ ବି ଦେଇଥିଲେ । ଏଭଳି ଏକାଧିକ ବୟାନବାଜି  ଜିଓ ହଟ୍‌ଷ୍ଟାର ଟିମ୍‌ ପାଇଁ ଚିନ୍ତାର କାରଣ ପାଲଟିଥିଲା । 

ରାମଙ୍କୁ ନେଇ ଟିମ୍‌ର ଅଭିଯୋଗ ପରେ ଜିଓ ହଟଷ୍ଟାରର ଏଚ୍ଆର୍ ଟିମ୍ ଏହି ବିଷୟରେ ଆଲୋଚନା କରି ରାମ କପୁରଙ୍କୁ ୱେବ୍‌ ସିରିଜର ପ୍ରମୋସନରୁ ଦୂରେଇ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତାଙ୍କୁ ୱେବ୍‌ ସିରିଜ୍‌ର କୌଣସି ପ୍ରମୋସନାଲ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯିବ ନାହିଁ । ଏବେ କେବଳ ମୋନା ସିଂହ ସିରିଜ୍‌ର ପ୍ରମୋସନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe