କନକ ବ୍ୟୁରୋ: ସାଉଥ୍ ସିନେମା ସୁପରଷ୍ଟାର ବିଜୟ ଥାଲାପତିଙ୍କ ଜୀବନରେ ପୁଣି ବଡ଼ ଝଡ଼ ଆସିଛି । ପ୍ରଥମେ ତାଙ୍କ ଫିଲ୍ମକୁ ଓ ଦଳୀୟ ଶୋଭାଯାତ୍ରାକୁ ନେଇ ବିବାଦ ଲାଗି ରହିଥିଲା ଏବେ ତାଙ୍କ ପତ୍ନୀ ସଙ୍ଗୀତା କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି , ଯାହା ସେମାନଙ୍କ ୨୭ ବର୍ଷର ସମ୍ପର୍କକୁ ଶେଷ କରିବାକୁ ଯାଉଛି। ବିଜୟଙ୍କର ଅବୈଧ ସମ୍ପର୍କ ଥିବା ଅଭିଯୋଗ କରି ତାଙ୍କଠାରୁ ଛାଡ଼ପତ୍ର ଚାହିଛନ୍ତି ସଙ୍ଗୀତା ।
ସୁପରଷ୍ଟାର ବିଜୟ ଥାଲାପତିଙ୍କ ପତ୍ନୀ ସଙ୍ଗୀତା ସୋର୍ନାଲିଙ୍ଗମ୍ ଚେଙ୍ଗାଲୁପଟୁ ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି । ଏହି ଖବର ପୂରା ସାଉଥରେ ହଇଚଇ ସୃଷ୍ଟି କରିଛି। ବିଜୟ ଓ ସଙ୍ଗୀତା ୧୯୯୯ ରେ ବିବାହ କରିଥିଲେ । ତାଙ୍କର ଦୁଇ ସନ୍ତାନ ଅଛନ୍ତି । ପୁଅ ସଞ୍ଜୟ ଓ ଝିଅ ଦିବ୍ୟାଙ୍କୁ ମଧ୍ୟ ବିଜୟଙ୍କ ଫିଲ୍ମରେ ଦେଖିବାକୁ ମିଳିଛି ।
କୋର୍ଟରେ ସଙ୍ଗତା ଅଭିଯୋଗ କରିଛନ୍ତି, ୨୦୨୧ ଏପ୍ରିଲରେ ସେ ବିଜୟଙ୍କର ଜଣେ ଅଭିନେତ୍ରୀଙ୍କ ସହ ଅବୈଧ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ । ତାଙ୍କ କହିବା କଥା, ସେ ବିଜୟଙ୍କ ସହ ଏ ବାବଦରେ କଥା ହୋଇଥିଲେ ବି ବିଜୟ ଙ୍କର ଟିକେ ବି ଅନୁତାପ ନଥିଲା । ଫଳରେ ସଙ୍ଗୀତା ଘୋର ମାନସିକ ଆଘାତ ପାଇଥିଲେ । ଏହି ଘଟଣାକୁ ନେଇ ଦୁହେଁ ୨ ବର୍ଷ ହେବ ପରସ୍ପରଠାରୁ ଅଲଗା ରହୁଛନ୍ତି । ତେବେ ନିଷ୍ଠୁରତା ଓ ବିଶ୍ବାସଘାତକତା ଆଧାରରେ ସ୍ବତନ୍ତ୍ର ବିବାହ ଆଇନ୍ ୧୯୫୪ ଅନୁସାରେ ଛାଡ଼ପତ୍ର ଆବଦେନ କରିଛନ୍ତି ସଙ୍ଗୀତା ।
ବିଜୟ କେବଳ ଜଣେ ଅଭିନେତା ନୁହନ୍ତି ବରଂ ତାମିଲଗା ଭେଟ୍ରିକାଝାଗମ୍ (ଟିଭିକେ)ର ମୁଖ୍ୟ । ବିଜୟ ଏବେ ରାଜନୀତିରେ ସକ୍ରିୟ ଅଛନ୍ତି । ନିଜର ବ୍ୟକ୍ତିଗତ ଜୀବନ , ଶୃଙ୍ଖଳିତ ପରିବାର ଓ ନିଖୁଣ ଅଭିନୟ ପାଇଁ ଲୋକପ୍ରିୟ ଥିବା ବିଜୟଙ୍କର ଭାବମୂର୍ତ୍ତୀ ଏବେ ବିଗିଡ଼ିଯାଇଛି । ପତ୍ନୀ ସଙ୍ଗୀତା ତାଙ୍କ ବିରୋଧରେ ଅବୈଧ ସମ୍ପର୍କ ଅଭିଯୋଗ ଆଣିବା ପରେ ସୋସିଆଲ ମିଡିଆରେ ଏନେଇ ଖୁବ୍ ଚର୍ଚ୍ଚା ହେଉଛି ଏବଂ ବିଜୟଙ୍କର କେଉଁ ଅଭିନେତ୍ରୀଙ୍କ ସହ ସମ୍ପର୍କ ଥିବା ପ୍ରଶ୍ନ ଏବେ ସମସ୍ତଙ୍କ ମନରେ । ଏହାର କୌଣସି ଠୋସ୍ ପ୍ରମାଣ ମିଳିନଥିଲେ ବି ବିଜୟ ବି କୌଣସି ବୟାନ ଦେଇନାହାନ୍ତି ।
ଏହି ମାମଲାର ଶୁଣାଣି ଏପ୍ରିଲ ୨୦ ତାରିଖରେ ହେବ । ଉଭୟଙ୍କ ପକ୍ଷଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ । ଏହି ମାମଲା ଆଉ କେବଳ ଏକ ବ୍ୟକ୍ତିଗତ ମାମଲା ହୋଇ ରହିନାହିଁ ବରଂ ସାଉଥ୍ ସିନେମା ଏବଂ ରାଜନୀତିର ଆଲୋଚନାର ବିଷୟ ପାଲଟିଛି।
ଅଧିକ ପଢ଼ନ୍ତୁ : ଜେଏନୟୁରେ ରକ୍ତାକ୍ତ ସଂଘର୍ଷ ;୨୫ ପୁଲିସ ଆହତ ୫୧ଛାତ୍ର ଅଟକ
ବିଜୟଙ୍କ ପତ୍ନୀ ଶ୍ରୀଲଙ୍କାର ତାମିଲ ଝିଅ ।ହେଲେ ଲଣ୍ଡନରେ ତାଙ୍କର ଜନ୍ମ । ସେଠାରେ ହିଁ ସେ ପାଠ ପଢ଼ିଛନ୍ତି । ବିଜୟଙ୍କ ସହ ତାଙ୍କ ବୈବାହିକ ଜୀବନ ୨୫ ବର୍ଷ ଧରି ବେଶ୍ ଭଲଭାବେ ଚାଲିଥିଲା। କିନ୍ତୁ କିଛି ଘଟଣା ଦହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି କରିଛି । ସେହିଭଳି ବିଜୟ ମଧ୍ୟ ୨୦୨୬ ବିଧାନସଭା ନିର୍ବାଚନ ଆଗରୁ ଅଭିନୟ ଛାଡ଼ିବାକୁ ଘୋଷଣା କରିଥିଲେ । ଫିଲ୍ମ ’ ଜନ ନାୟଗନ୍’ ର ଅଡିଓ ଲଞ୍ଚ ବେଳେ ସେ ଏଭଳି ଘୋଷଣା କରିଥିଲେ । ପ୍ରଥମେ ନିଜର ରାଜନୈତିକ ଶୋଭାଯାତ୍ରାରେ ଦଳାଚକଟା ଘଟଣା ବିବାଦ ଆଉ ଏବେ ପାରିବାରିକ ବିବାଦ ତାଙ୍କୁ ଅଡ଼ୁଆରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/28/vijay-2026-02-28-08-51-58.jpg)