ବେଆଇନ ରିଲିଜକୁ ନେଇ ବର୍ଷିଲେ ଅଭିନେତା ଅନୁଭବ: କହିଲେ ୟୁଟୁବରେ ସିନେମା ରିଲିଜ କରୁଥିବା ଲୋକଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ସିନେମାକୁ ଲିକ୍‌ କରୁଥିବା ଲୋକଙ୍କୁ ଚେତାବନୀ ଦେଲେ ଅଭିନେତା ଅନୁଭବ ମହାନ୍ତି। କହିଲେ ଯେଉଁମାନେ ତାଙ୍କ ଫିଲ୍ମକୁ ହଲରୁ ରେକର୍ଡ କରି ୟୁଟୁବ୍‌ରେ ଲିକ୍ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି

anubhav 1

କନକବ୍ୟୁରୋ: ସିନେମାକୁ ଲିକ୍‌ କରୁଥିବା ଲୋକଙ୍କୁ ଚେତାବନୀ ଦେଲେ ଅଭିନେତା ଅନୁଭବ ମହାନ୍ତି । କହିଲେ ଯେଉଁମାନେ ତାଙ୍କ ଫିଲ୍ମକୁ ହଲରୁ ରେକର୍ଡ କରି ୟୁଟୁବ୍‌ରେ ଲିକ୍ କରୁଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ନେବାକୁ ଚେତାବନୀ ଦେଇଛନ୍ତି । ଦଶହରା ବଜାରରେ ମୁକ୍ତିଲାଭ କରିଛି ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅନୁଭବ ମହାନ୍ତିଙ୍କ ନିର୍ଦ୍ଦେଶିତ ଫିଲ୍ମ କର୍ମ ।

ସିନେମାଟି ପ୍ରେଖ୍ୟାଳୟରେ ଖୁବ୍ ଭଲ ପ୍ରଦର୍ଶନ କରୁଛି । ପ୍ରାୟ ସବୁ ପ୍ରଖ୍ୟାଳୟରେ ହାଉସଫୁଲ ପ୍ରଦର୍ଶିତ ହେଉଛି ଏହି ସିନେମା । ଏଭଳି ସମୟରେ କିଛି ଲୋକ ସିନେମାକୁ ଲିକ୍ କରୁଥିବା ଅଭିଯୋଗ କରି ବର୍ଷିଛନ୍ତି ଅନୁଭବ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ସିନେମା ଲିକ୍‌ କରୁଥିବା ଲୋକଙ୍କୁ ସାବଧାନ କରାଇଛନ୍ତି କର୍ମ ନାୟକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe