ଆରପାରିରେ ଅଭିନେତା ମୁକୁଲ ଦେବ : ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଅଭିନେତା

ସିନେମାରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଥିବା ମୁକୁଲଙ୍କ ମୃତ୍ୟୁକୁ ଏଯାଏଁ ବିଶ୍ବାସ କରି ପାରୁନାହାନ୍ତି ପରିବାର , ସାଙ୍ଗସାଥୀ , ସମ୍ପର୍କୀୟ ଏବଂ ସହ-କଳାକାର ।

mukul dev

mukul dev Photograph: (google)

ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଦୁଃଖର ଦିନ । ଆଖି ବୁଜିଲେ ଅଭିନେତା ମୁକୁଲ ଦେବ । ଅନେକ ଟିଭି ସିରିଏଲ୍ ଏବଂ ସିନେମାରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଥିବା ମୁକୁଲଙ୍କ ମୃତ୍ୟୁକୁ ଏଯାଏଁ ବିଶ୍ବାସ କରି ପାରୁନାହାନ୍ତି ପରିବାର , ସାଙ୍ଗସାଥୀ , ସମ୍ପର୍କୀୟ ଏବଂ ସହ-କଳାକାର । ମାତ୍ର ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଲୋକପ୍ରିୟ କଳାକାର । 

Mukul
Mukul Photograph: (google)

ସନ୍ ଅଫ୍ ସର୍ଦ୍ଦାର , ଜୟ ହୋ ଭଳି ସିନେମାରେ କାମ କରି ପ୍ରଶଂସା ସାଉଁଟିଥିବା ଏହି ଅଭିନେତାଙ୍କ ସ୍ବାସ୍ଥ୍ୟ କିଛି ଦିନ ଧରି ଅସୁସ୍ଥ ଥିଲା । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୁକୁଲଙ୍କ ପିତା,ମାତାଙ୍କ ଦେହାନ୍ତ ପରେ ସେ ପୂରା ଚୁପ୍ ହୋଇଯାଇଥିଲେ ବୋଲି କହିଛନ୍ତି ବନ୍ଧୁ ବିନ୍ଦୁ ଦାରା ସିଂ । ଏମିତିକି ଘରୁ ମଧ୍ୟ ବାହାରକୁ ବାହାରୁ ନଥିଲେ ମୁକୁଲ । ଗତ କିଛି ଦିନ ଧରି ଦେହ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏତେ ଶୀଘ୍ର ସେ ଦୁନିଆକୁ ଛାଡ଼ି ଚାଲିଯିବେ କେହି ବିଶ୍ବାସ କରିନଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe