ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଦୁଃଖର ଦିନ । ଆଖି ବୁଜିଲେ ଅଭିନେତା ମୁକୁଲ ଦେବ । ଅନେକ ଟିଭି ସିରିଏଲ୍ ଏବଂ ସିନେମାରେ ଜୀବନ୍ତ ଅଭିନୟ କରି ପ୍ରଶଂସା ସାଉଁଟିଥିବା ମୁକୁଲଙ୍କ ମୃତ୍ୟୁକୁ ଏଯାଏଁ ବିଶ୍ବାସ କରି ପାରୁନାହାନ୍ତି ପରିବାର , ସାଙ୍ଗସାଥୀ , ସମ୍ପର୍କୀୟ ଏବଂ ସହ-କଳାକାର । ମାତ୍ର ୫୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଲେ ଏହି ଲୋକପ୍ରିୟ କଳାକାର ।
/kanak/media/media_files/2025/05/24/8tY8CKFP5G3EvanVcsvq.jpg)
ସନ୍ ଅଫ୍ ସର୍ଦ୍ଦାର , ଜୟ ହୋ ଭଳି ସିନେମାରେ କାମ କରି ପ୍ରଶଂସା ସାଉଁଟିଥିବା ଏହି ଅଭିନେତାଙ୍କ ସ୍ବାସ୍ଥ୍ୟ କିଛି ଦିନ ଧରି ଅସୁସ୍ଥ ଥିଲା । ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମୁକୁଲଙ୍କ ପିତା,ମାତାଙ୍କ ଦେହାନ୍ତ ପରେ ସେ ପୂରା ଚୁପ୍ ହୋଇଯାଇଥିଲେ ବୋଲି କହିଛନ୍ତି ବନ୍ଧୁ ବିନ୍ଦୁ ଦାରା ସିଂ । ଏମିତିକି ଘରୁ ମଧ୍ୟ ବାହାରକୁ ବାହାରୁ ନଥିଲେ ମୁକୁଲ । ଗତ କିଛି ଦିନ ଧରି ଦେହ ଅସୁସ୍ଥ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏତେ ଶୀଘ୍ର ସେ ଦୁନିଆକୁ ଛାଡ଼ି ଚାଲିଯିବେ କେହି ବିଶ୍ବାସ କରିନଥିଲେ ।