କନକ ବ୍ୟୁରୋ : ବଲିଉଡ଼ ଅଭିନେତ୍ରୀରୁ ନାଗା ସ୍ବାଧୀର ଯାତ୍ରା, ମମତା କୁଲକର୍ଣ୍ଣିରୁ ପାଲଟିଲେ ମମତାନନ୍ଦ ଗିରି। ବଲିଉଡ୍ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ପୁରୁଣା ଜୀବନକୁ ତ୍ୟାଗ କରି କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ହୋଇଛନ୍ତି । ଗ୍ଲାମର ଓ ଫିଲ୍ମର ମାର୍ଗକୁ ସବୁଦିନ ପାଇଁ ଛାଡି ନିଜ ଅତୀତ ଜୀବନକୁ ପଛରେ ପକାଇ ଏକ ନୂଆ ଜୀବନକୁ ଆପଣେଇ ନେଇଛନ୍ତି । ମମତା କୁଲକର୍ଣ୍ଣି ନିଜର ପୁରୁଣା ପରିଚୟ ଛାଡ଼ି ପ୍ରୟାଗରାଜର ସଙ୍ଗମ କୂଳରେ ଆୟୋଜିତ ମହାକୁମ୍ଭରେ ସ୍ନାନ କରି ନୂଆ ଜୀବନରେ ପ୍ରବେଶ କରିଛନ୍ତି ।
ଏହାପରେ ସେ ଏବେ ମମତା କୁଲକର୍ଣ୍ଣିରୁ ମହାମଣ୍ଡଳେଶ୍ୱର ଶ୍ରୀ ୟାମି ମମତାନନ୍ଦ ଗିରି ପାଲଟିଯାଇଛନ୍ତି। ତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ଉପାଧିରେ ସମ୍ମାନିତ କରାଯାଇଛି । ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ୨୦୨୫ ରେ ମମତା କିନ୍ନର ଆଖଡ଼ାରେ ସେ ନିଜର ସନ୍ୟାସ ଜୀବନ ଆରମ୍ଭ କରିଛନ୍ତି। ଶୁକ୍ରବାର ସେ ପ୍ରୟାଗରାଜ ସଙ୍ଗମରେ ନିଜର ପିଣ୍ଡଦାନ କରି ସନ୍ୟାସ ଗ୍ରହଣ କରିଥିଲେ ଓ ନିଜର ପୁରାତନ ଜୀବନକୁ ତ୍ୟାଗକରି ଶ୍ରୀ ୟାମି ମମତାନନ୍ଦ ଗିରି ଗ୍ରହଣ କରି ଅଭିନେତ୍ରୀରୁ ସ୍ବାଧୀ ପାଲଟି ଯାଇଥିବା ଦେଖିବାକୁ ମିଳିଛି ।