କନକ ବ୍ୟୁରୋ : ୨୦୦୮ ମସିହାରେ ସବ୍ ଟିଭି ଚ୍ୟାନେଲ୍ ମାଧ୍ୟମରେ ଟେଲି ପରଦାରେ ପ୍ରବେଶ କରିଥିବା କମେଡ଼ି ଧାରାବାହିକ ତାରକ ମେହତା କା ଉଲଟା ଚଷମାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ପାରିବାରିକ ମନୋରଞ୍ଜନ ସାଙ୍ଗକୁ କମେଡ଼ିର ତଡ଼କା ଲୋକଙ୍କ ମନୋରଞ୍ଜନ କରିଥିଲା । ଧାରାବାହିକର ଲୋକପ୍ରିୟତା ଏଯାବତ୍ ସେମିତି ହିଁ ବଳବତ୍ତର ରହିଛି ଯେମିତି ପୂର୍ବରୁ ଥିଲା । ଖାଇବା ସମୟରେ ଅଧିକାଂଶ ଲୋକ ଏହି ଧାରାବାହିକକୁ ଦେଖିବାକୁ ପସନ୍ଦ କରୁଛନ୍ତି । ଖାସ୍ କଥା ହେଉଛି କେବଳ ଭାରତରେ ହିଁ ନୁହେଁ ବିଦେଶରେ ମଧ୍ୟ ଏହି ଧାରାବାହିକକୁ ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି ।
/filters:format(webp)/kanak/media/media_files/2025/08/04/tmkoc-11-2025-08-04-13-21-47.jpg)
ନିକଟରେ ହେରୋଲ୍ଡ ଏଣ୍ଡ୍ କୁମାର ଏବଂ ଦ ନେମସେକ ସର୍ବାଇଭରରେ ନିଜ କାମକୁ ନେଇ ଲୋକପ୍ରିୟ ହୋଇଥିବା ୟୁଏସର ଅଭିନେତା କାଲ୍ ପେନ୍ ମଧ୍ୟ ଏହି ଶୋ’ ବିଷୟରେ କହିଛନ୍ତି । ଖାଲି ଏତିକି ନୁହେଁ ସେ ଏହି ଶୋ’କୁ ଯିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି । ଅଭିନେତା ଇଣ୍ଡିଆନ୍ ଏକ୍ସପ୍ରେସ୍ ସହ କଥା ହୋଇ କହିଛନ୍ତି ଯେ ସେ କିଛି ବର୍ଷ ପୂର୍ବରୁ ଏହି ଧାରାବାହିକର ନିର୍ଦ୍ଦେଶକ ଆସିତ୍ ମୋଦୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ସେହି ସମୟରେ ସେ ସେଟକୁ ମଧ୍ୟ ଯାଇଥିଲେ । ସେ କହିଥିଲେ ଯେ ଖାଲି ଭାରତରେ ନୁହେଁ ବିଦେଶରେ ମଧ୍ୟ ତାରକ ମେହତା କା ଉଲଟା ଚଷମାକୁ ଖୁବ୍ ପସନ୍ଦ କରାଯାଉଛି । ଲୋକ ସବ୍ ଟାଇଟେଲ୍ ବ୍ୟବହାର କରି ଧାରାବାହିକ ଦେଖୁଛନ୍ତି । କାଲ୍ ପେନ୍ କହିଛନ୍ତି ଯେ ହିନ୍ଦୀ ଧାରାବାହିକ ‘ସାଥ୍ ନିଭାନା ସାଥିୟାଁ’ ଦେଖି ସେ ହିନ୍ଦୀ ଶିଖିଛନ୍ତି ଏବଂ ବର୍ତ୍ତମାନ ସେ ‘କ୍ୟୁଁକି ସାସ୍ ଭି କଭି ବହୂ ଥି ୨’ ଧାରାବାହିକ ଦେଖୁଛନ୍ତି ।
/filters:format(webp)/kanak/media/media_files/2025/08/04/kal-penn-2025-08-04-13-22-10.jpg)