Photograph: (KANAKNEWS)
କନକବ୍ୟୁରୋ : ପଞ୍ଚାୟତ' ଧାରାବାହିକ ଜରିଆରେ ପ୍ରତ୍ୟେକ ଘରେ ପରିଚୟ ହାସଲ କରିଥିବା ଅଭିନେତା ଆସିଫ ଖାନ ଗତସୋମବାର ରାତିରେ ହୃଦଘାତର ଶିକାର ହୋଇଥିଲେ । ସଙ୍ଗେସଙ୍ଗେ ଅଭିନେତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଆସିଫ ଖାନଙ୍କ ସ୍ବାସ୍ଥାବସ୍ଥାରେ ସୁଧାର ଆସୁଛି । ପ୍ରଶଂସକମାନେ ଆସିଫ ଖାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ଅସୁସ୍ଥ ହେବା ପରେ ଆସିଫ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ବାର୍ତ୍ତା ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ଜୀବନକୁ ହାଲୁକା ଭାବରେ ନ ନେବା ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବା ବିଷୟରେ ସୂଚିତ କରିଛନ୍ତି ।
Follow Us