ମିଥୁନ ଚକ୍ରବର୍ତ୍ତୀଙ୍କୁ ପାକିସ୍ତାନରୁ ଧମକ ; କ୍ଷମା ମାଗିବାକୁ କହିଲା ଗ୍ୟାଙ୍ଗଷ୍ଟର ସାହାଜାଦ୍

ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ । କ୍ଷମା ମାଗିବାକୁ କହିଲା ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି । ନିକଟରେ ଅଳ୍ପସଂଖ୍ୟକଙ୍କୁ ନେଇ ବିଜେପି ନେତା ଦେଇଥିଲେ ବିବାଦୀୟ ଟିପ୍ପଣୀ ।

22pa

କନକ ବ୍ୟୁରୋ: ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି । 

ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ ମିଳିଛି । ବର୍ତ୍ତମାନ ଦୁବାଇରେ ଥିବା କୋଲକାତାର ବିଜେପି ନେତା ତଥା ଅଭିନେତା ମିଥୁନଙ୍କୁ ପାକିସ୍ତାନୀ ଡନ୍ ଶାହଜାଦ ଭଟ୍ଟି ଧମକ ଦେଇଥିବା ସୂଚନା ମିଳିଛି । ୧୫ ଦିନରେ କ୍ଷମା ନମାଗିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଛି । ଏନେଇ  ଦୁଇଟି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନକୁ ଧମକ ଦେବା ସହ ଉପହାସ କରୁଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe