କନକ ବ୍ୟୁରୋ: ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ । ପାକିସ୍ତାନ ଗ୍ୟାଙ୍ଗଷ୍ଟର ସାହାଜାଦ ଭାଟି ଭିଡିଓ ଜାରି କରି ମିଥୁନଙ୍କୁ ଧମକ ଦେଇଥିବା ସୂଚନା ରହିଛି ।
ସଲମାନ ଖାନ ଓ ଶାହାରୁଖ ଖାନଙ୍କ ପରେ ଏବେ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଧମକ ମିଳିଛି । ବର୍ତ୍ତମାନ ଦୁବାଇରେ ଥିବା କୋଲକାତାର ବିଜେପି ନେତା ତଥା ଅଭିନେତା ମିଥୁନଙ୍କୁ ପାକିସ୍ତାନୀ ଡନ୍ ଶାହଜାଦ ଭଟ୍ଟି ଧମକ ଦେଇଥିବା ସୂଚନା ମିଳିଛି । ୧୫ ଦିନରେ କ୍ଷମା ନମାଗିଲେ ପରିଣାମ ଭୟାବହ ହେବ ବୋଲି ଚେତାବନୀ ମଧ୍ୟ ଦେଇଛି । ଏନେଇ ଦୁଇଟି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ମିଥୁନ ଚକ୍ରବର୍ତ୍ତୀଙ୍କ ବୟାନକୁ ଧମକ ଦେବା ସହ ଉପହାସ କରୁଥିବା ଦେଖିବାକୁ ମିଳିଛି ।