କନକ ବ୍ୟୁରୋ: ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି ଆତଙ୍କୀ । ଗୁଇନ୍ଦା ରିପୋର୍ଟରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ଜମ୍ମୁ-କାଶ୍ମୀର ସୀମାବର୍ତ୍ତି ଅଞ୍ଚଳରେ ସକ୍ରିୟ ଅଛନ୍ତି ସ୍ଲିପରସେଲ । ପୁଣିଥରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟରେ ତଥ୍ୟ ହସ୍ତଗତ । ଏହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଜମ୍ମୁ-କାଶ୍ମୀରରେ ୮୭ଟି ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ୪୮ଟି ପର୍ଯ୍ୟଟନସ୍ଥଳୀ ଉପରେ କଟକଣା ଲଗାଇଲେ କେନ୍ଦ୍ର ସରକାର । ୪୮ଟି ସ୍ଥାନକୁ ପର୍ଯ୍ୟଟକଙ୍କୁ ନଯିବାପାଇଁ ବାରଣ କରାଯାଇଛି । ଗୋଟିଏ ପଟେ ଜମ୍ମୁ-କାଶ୍ମୀରରେ ତନ ତନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ, ତ ଅନ୍ୟପଟେ ଆଉ ଏକ ଆକ୍ରମଣର ଯୋଜନା ଚାଲିଥିବା ଗୁଇନ୍ଦା ରିପୋର୍ଟରେ ସୂଚନା ମିଳିଛି । 

Advertisment

ସୀମାରେ ସକ୍ରିୟ ସ୍ଲିପରସେଲ୍!
ପହଲଗାମ ଆକ୍ରମଣ ପରେ ଜମ୍ମୁ-କାଶ୍ମୀରରେ ହାଇ ଆଲର୍ଟ 
ମିଳିଲା ସାଂଘାତିକ ଗୁଇନ୍ଦା ତଥ୍ୟ
ସୀମା ନିକଟବର୍ତ୍ତି ଅଞ୍ଚଳରେ ସକ୍ରିୟ ସ୍ଲିପର ସେଲ 
ପୁଣି ଯୋଜନାବଦ୍ଧ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ପ୍ରସ୍ତୁତି ନେଇ ମିଳିଛି ସୁରାକ 
ଜମ୍ମୁ-କାଶ୍ମୀରରେ ୮୭ ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ୪୮ଟିରେ ପ୍ରତିବନ୍ଧକ 
୪୮ ଟୁରିଷ୍ଟ ସ୍ପଟ୍‌ରେ କଟକଣା ଲଗାଇଲେ କେନ୍ଦ୍ର ସରକାର
ପର୍ଯ୍ୟଟକଙ୍କ ଯିବା ଉପରେ ବାରଣ
ଜମ୍ମୁ-କାଶ୍ମୀରରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ 
୬ ଦିନରେ ୧୦ ଆତଙ୍କବାଦୀଙ୍କ ଘର ଭାଙ୍ଗିଲେ ସେନାର ଯବାନ