naveen patnaik Photograph: (KanaKnews)
କନକ ବ୍ୟୁରୋ: ପାଖେଇ ଆସୁଛି ରାଜ୍ୟସଭା ନିର୍ବାଚନ ତାରିଖ । ରାଜ୍ୟରେ ବଢ଼ୁଛି ରାଜନୈତିକ ଉଷ୍ଣତା । କାହାକୁ କେଉଁ ଦଳ କରିବ ପ୍ରାର୍ଥୀ, କିଏ ସଂସଦର ଉଚ୍ଚସଦନକୁ ଯିବାକୁ ପାଇବ ଟିକେଟ, ତାକୁ ନେଇ ରାଜ୍ୟବାସୀ ଓ ରାଜନୀତିରେ ରୂଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ଠାରେ ଉତ୍କଣ୍ଠା । ଏସବୁ ଭିତରେ ନବୀନ ନିବାସରେ ପ୍ରାର୍ଥୀ ନେଇ ଚାଲିଛି ଅଙ୍କକଷା । ନବୀନ ନିବାସରେ ଡାକ୍ତର ଦତ୍ତେଶ୍ବର ହୋତା ପହଞ୍ଚିବା ପରେ ବଢ଼ିଲା ଚର୍ଚ୍ଚା । ସଂତୃପ୍ତ ମିଶ୍ର ବି ନବୀନ ନିବାସରେ ଉପସ୍ଥିତ ଅଉନ୍ତି । ତେବେ କାହାକୁ ରାଜ୍ୟସଭା ପାଇଁ ଟିକେଟ୍ ମିଳିବ ତାକୁ ଅପେକ୍ଷା ।
ଅଧିକ ପଢନ୍ତୁ; ରାଜ୍ୟସଭା ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ, ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି
ଶାସକ ଦଳ ବିଜେପି ଓ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପକ୍ଷରୁ ଚାଲିଛି ଜୋରଦାର କସରତ, ତିନି ଦଳରେ ଘନଘନ ଚାଲିଛି ମାନସମନ୍ଥନ। ଏସବୁ ଭିତରେ ଆଜି ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି। ନବୀନ ନିବାସରେ ପହଞ୍ଚିଲେଣି ବିଧାୟକ। ଜଣ ପରେ ଜଣେ ବିଧାୟକ ପହଞ୍ଚୁଛନ୍ତି। ଆଜି ବିଜେଡି ତାର ପ୍ରାର୍ଥୀ କାର୍ଡ ଖୋଲିବ ବୋଲି ସୂଚନା ମିଳିଛି ।
Follow Us