କନକ ବ୍ୟୁରୋ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିଜେପି, ଆମ, କଂଗ୍ରେସ ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ତାଲିକା ଜାରି କରୁଥିବାବେଳେ ଆପ ସମସ୍ତ ୭୦ଆସନ ପାଇଁ ନାଁ ଘୋଷଣା କରିସାରିଛି । ଏହା ଭିତରେ ଆରମ୍ଭ ହୋଇଛି ବୟାନବାଜୀ । ବିଜେପି କହିଛି ଏଥରକ ଦିଲ୍ଲୀରେ ଶେଷ ହେବ ଆମ ଆଦମୀ ପାର୍ଟିର ଅତ୍ୟାଚାର ।
ଦୀଲ୍ଲିବାସୀ ଦୁର୍ନୀତିମୁକ୍ତ ସରକାରଙ୍କ କବଳରୁ ମୁକ୍ତ ହେବେ । କେଜ୍ରିୱାଲ ଓ ଆତିସୀ ହାଇପ୍ରୋଫାଇଲ ଆସନରୁ ଲଢ଼ିଲେ ମଧ୍ୟ ହାରିବା ସୁନିଶ୍ଚିତ ବୋଲି ବିଜେପି ଦୃଢୋକ୍ତି ପ୍ରକାଶ କରିଛି । ଗତକାଲି ବିଜେପି ୨୯ଜଣିଆ ପ୍ରାର୍ଥୀଙ୍କୁ ନେଇ ତାଲିକା ଜାରି କରିଛି । କଂଗ୍ରେସ ଓ ବିଜେପି ସହ କଡା ଟକ୍କର ଦେବାକୁ ହାଇପ୍ରୋଫାଇଲ ଚେହେରାଙ୍କୁ ନିର୍ବାଚନ ମଇଦାନରେ ଓହ୍ଲାଉଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/05/44Rtw8TzazdY393msVFr.jpg)