କନକ ବ୍ୟୁରୋ : ସମ୍ବଲପୁରରେ ପୁଣି ସକ୍ରିୟ ହେଲେଣି କି ମାଓବାଦୀ ? ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି । ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି । ପୂର୍ବରୁ ସମ୍ବଲପୁରରେ ମାଓବାଦୀଙ୍କ ଗତିବିଧି ଥିବା ବେଳେ ଦୀର୍ଘ ବର୍ଷ ହେବ ମାଓବାଦୀଙ୍କୁ ଦେଖିବାକୁ ମିଳିନଥିଲା । ଏବେ ଛତିଶଗଡ଼ରେ ଲଗାତର ମାଓ ଏନ୍କାଉଣ୍ଟର ହେଉଛି । ଏଥିରେ ଅନେକ ମାଓବାଦୀ ନିହତ ହୋଇଛନ୍ତି । ଗୋଟିଏ ପଟେ ଛତିଶଗଡ଼ରେ ମାଓ ଏନ୍କାଉଣ୍ଟର ଅନ୍ୟପଟେ ସରଣ୍ଡା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ୍ କରାଯାଉଛି । ତେଣୁ ମାଓବାଦୀମାନେ ସମ୍ବଲପୁର ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି ।
ଘଞ୍ଚ ଜଙ୍ଗଲରେ ପୁଣି ଆଡ୍ଡା ଜମାଇଲେଣି ମାଓବାଦୀ ; ସୂଚନା ମିଳିବା ପରେ ସତର୍କ ସୁରକ୍ଷାବାହିନୀ
ସମ୍ବଲପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ଗତିବିଧି ବଢିଥିବା ସନ୍ଦେହ କରାଯାଉଛି । ସୋନପୁର, ବୌଦ୍ଧ, ରେଢାଖୋଲ ଅଞ୍ଚଳର ଢେଙ୍ଗୁ ଡ୍ୟାମକୁ ଲାଗି ରହିଥିବା ବିଭିନ୍ନ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ଗୁଇନ୍ଦା ସୂଚନା ମିଳିଛି ।
/kanak/media/media_files/2025/06/07/CM4FuOy6WUsFIakvmyik.jpg)