ଉତ୍ତର ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ପ୍ରଭାବରେ ଉପକୂଳରେ ଆଜିଠୁ ବଢ଼ିବ ବର୍ଷାର ପରିମାଣ

Advertisment

ଆଜି ପାଇଁ କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ।

ଆଜି ପାଇଁ କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ।

ଉପକୂଳରେ ବଢ଼ିବ ବର୍ଷା

ଉପକୂଳରେ ବଢ଼ିବ ବର୍ଷା Photograph: (KanakNews)

 କନକ ବ୍ୟୁରୋ:  ଗୋଟିଏ ପଟେ ବନ୍ୟାକୁ ଅନ୍ୟପଟେ ବର୍ଷା । ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସମୁଦ୍ରପତନଠାରୁ ୨.୫ କିମି ଉପରେ ସକ୍ରିୟ ରହିଛି। ଏହା ପ୍ରଭାବରେ ଉପକୂଳରେ ଆଜିଠାରୁ ବର୍ଷାର ପରିମାଣ ବଢ଼ିବ । ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା । ଆଜି ସାରା ରାଜ୍ୟରେ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

ସେପଟେ ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଯାଜପୁର ଓ କଟକରେ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ। ବାଲେଶ୍ବର, ଭଦ୍ରକ, ଯାଜପୁରରେ ବନ୍ୟା ସ୍ଥିତି ଉପୁଜିଥିବାବେଲେ ଏହି ସବୁ ଜିଲ୍ଲାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe